
ଢାକା: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ୍ ପୂର୍ବରୁ ବାଂଲାଦେଶକୁ ଜବରଦସ୍ତ ଝଟ୍କା ଲାଗିଛି। ଦଳ ଅଭିଜ୍ଞ ଅଲରାଉଣ୍ଡର ସାକିବ ଅଲ ହାସନ ଆହତ କାରଣରୁ ପୂରା ସିରିଜ୍କୁ ବାଦ ପଡ଼ିଛନ୍ତି। ଏକଥା ଆଜି ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବିସିବି ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ସନ୍ଧ୍ୟାରେ ବାଂଲାଦେଶ ପ୍ରିମିୟର ଲିଗରେ ସାବିକ ବ୍ୟାଟିଂ କରୁଥିବା ବେଳେ ଶ୍ରୀଲଙ୍କାର ଦ୍ରୁତ ବୋଲର ତିସିରା ପେରରାଙ୍କ ବଲ୍ ତାଙ୍କ ବାମହାତ ଅଙ୍ଗୁଳିରେ ବାଜିଥିଲା। ପରବର୍ତ୍ତୀ ଅବସ୍ଥାରେ ବଲ୍ ମାଡ଼ ଯୋଗୁ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ତେଣୁ ଏହା ଠିକ୍ ହେବାକୁ ୩ ସପ୍ତାହ ସମୟ ଲାଗିବ। ଏହି କାରଣ ଯୋଗୁ ସେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇ ପାରିବେ ନାହିଁ। ବାଂଲାଦେଶ ଆସନ୍ତା ୧୩, ୧୬ ଓ ୨୦ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ଟିକିଆ ଦିନିକିଆ ସିରିଜ୍ ଖେଳିବ।
from Odisha Reporter http://bit.ly/2UJVPJw
No comments:
Post a Comment