
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୧୯ ଜାନୁୟାରୀରେ ଦେଶର ପ୍ରମୁଖ କାର୍ ମାନୁଫ୍ୟାକ୍ଚରର ଟାଟା ମୋଟର୍ସ ଗୋଟିଏ ବି ନାନୋ କାର୍ ଉତ୍ପାଦନ କରିନାହିଁ କି ବିକ୍ରି ମଧ୍ୟ କରିନାହିଁ। ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପିପୁଲ୍ସ କାର୍ ଭାବେ କମ୍ପାନୀ ଏହାକୁ ବଜାରକୁ ଛାଡ଼ିଥିବା ବେଳେ ଏହା ପ୍ରକୃତରେ ଲୋକଙ୍କ ମନ କିଣି ପାରିଲା ନାହିଁ।
ପୂର୍ବରୁ କମ୍ପାନୀ ସୁରାକ୍ ଦେଇଥିଲା ଯେ, ୨୦୨୦ ଏପ୍ରିଲ୍ରୁ ଆଉ ନାନୋ କାର୍ ଉତ୍ପାଦନ ହେବ ନାହିଁ କି ବିକ୍ରି ମଧ୍ୟ କରାଯିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଉତ୍ପାଦିତ ନାନୋ କାର୍ ଅଛି ତାହାର କେବଳ ଷ୍ଟକ୍ କ୍ଲିୟରାନ୍ସ କରାଯିବ।
କିନ୍ତୁ ମିଳିଥିବା ସୂଚନା ଅନୁସାରେ ୨୦୧୯ ଜାନୁୟାରୀରେ ଗ୍ରାହକଙ୍କ ପକ୍ଷରୁ ଗୋଟିଏ ହେଲେ ନାନୋ କାର୍ ବରାଦ ହୋଇ ନାହିଁ। ୨୦୧୮ ଜାନୁୟାରୀରେ ୮୩ଟି ନାନୋ ମାନୁଫ୍ୟାକଚର ହୋଇଥିଲା ବେଳେ ୨୦୧୯ ଜାନୁୟାରୀରେ ଏହା ଶୂନକୁ ଖସି ଆସିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।
from Odisha Reporter http://bit.ly/2BiMIrW
No comments:
Post a Comment