
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆଜିଠାରୁ ୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ୍ ଆରମ୍ଭ ହୋଇଛି। ଏହି ଚାମ୍ପିୟନଶିପ୍ଟିକୁ ରାଉରକେଲା ପୁଲିସ୍ ପକ୍ଷରୁ ଆୟୋଜିତ ହେଉଛି।
ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏହି ଚାମ୍ପିୟନଶିପ୍କୁ ଆଜି ଉଦ୍ଘାଟନ କରିଛନ୍ତି। ଏହି ଚାମ୍ପିୟନଶିପ୍ରେ ୧୮ଟି ଜିଲ୍ଲାର ପୁଲିସ୍ ଓ ବାଟାଲିୟନର ୩୨୪ ଜଣ ଖେଳାଳି ଭାଗ ନେଇଛନ୍ତି। ଏହା ୨୪ ଫେବୃଆରୀ ଯାଏ ଚାଲିବ। ରାଉରକେଲା ଏସ୍ପି ଉମାଶଙ୍କର ଦାସ ଏହି ଚାମ୍ପିୟନଶିପର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।
ପ୍ରଥମ ମ୍ୟାଚ୍ରେ ରାଉରକେଲା ଜିଲ୍ଲା ପୁଲିସ୍ ପ୍ରତିପକ୍ଷ ଓଏସ୍ଏପି ୩ୟ ବାଟାଲିୟନ(କୋରାପୁଟ)କୁ ୪-୦ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ଓଆଇଏସ୍ଏଫ୍ ଭୁବନେଶ୍ୱର ପ୍ରତିପକ୍ଷ ଓଏସ୍ଏପି ୨ୟ ବାଟାଲିୟନ (ଝାରସୁଗୁଡ଼ା)କୁ ୭-୦ ଗୋଲରେ ପରାସ୍ତ କରିଛି।
ତୃତୀୟ ମ୍ୟାଚ୍ରେ ୯ମ ଆଇଆର ବାଟାଲିୟନ(କଳାହାଣ୍ଡି) ପ୍ରତିପକ୍ଷ କମିଶନରେଟ୍ ପୁଲିସ୍(ଏ)କୁ ୧-୦ରେ ପରାସ୍ତ କରିଛି। ୪ର୍ଥ ମ୍ୟାଚ୍ରେ ଓଏସ୍ଏପି ୮ମ ବାଟାଲିୟନ(ଛତ୍ରପୁର) ଓ ପ୍ରଥମ ଆଇଆର ବାଟାଲିୟନ(କୋରାପୁଟ)କୁ ୨-୧ରେ ପରାସ୍ତ କରିଛି।
ଅନ୍ତିମ ତଥା ୫ମ ମ୍ୟାଚ୍ରେ ୪ର୍ଥ ଆଇଆର୍ ବାଟାଲିୟନ(ଦେଓଗଡ଼) ପ୍ରତିପକ୍ଷ କମିଶନରେଟ୍ ପୁଲିସ୍(ବି)କୁ ୫-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଛି।
from Odisha Reporter http://bit.ly/2Sfsbu9
No comments:
Post a Comment