
ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀ ଲତା ତାଙ୍କ ଝିଅ ବାହାଘର ପାଇଁ ପୁଲିସ୍ ସୁରକ୍ଷା ମାଗିଛନ୍ତି। ୧୦ ଓ ୧୨ ତାରିଖରେ ପୋସ୍ ଗାର୍ଡନ ବାସଭବନରେ ସାନ ଝିଅ ସୌନ୍ଦର୍ଯ୍ୟାର ହେବାକୁ ଥିବା ବିବାହ ଉତ୍ସବ ପାଇଁ ସେ ଏହି ସୁରକ୍ଷା ମାଗିଛନ୍ତି। ଅଭିନେତା ତଥା ବ୍ୟବସାୟୀ ବିଶାଗନ୍ ବନନଗାମୁଡିଙ୍କ ସହ ଆସନ୍ତା ସପ୍ତାହରେ ସୌନ୍ଦର୍ଯ୍ୟାଙ୍କ ବିବାହ ହେବ।
ଟେନାମ୍ପେଟ ଥାନା ଇନ୍ସପେକ୍ଟରଙ୍କୁ ଲତା ଚିଠି ଲେଖି ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳିତ ଟ୍ରାଫିକ୍ ପରିଚାଳନା ନିମନ୍ତେ ବନ୍ଦୋବସ୍ତ କରିବାକୁ ଅନୁରୋଧ କରିଛନ୍ତି। ଚିଠିରେ ସେ ଅନୁରୋଧ କରିଛନ୍ତି, “ବିବାହ ଉତ୍ସବରେ ବହୁ ଭିଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଯାତାୟାତରେ ସମସ୍ୟା ଦେଖାଦେବ। ଏହାର ସୁପରିଚାଳନା ବ୍ୟବସ୍ଥା କରାଯାଉ।”
ବିବାହ ଉତ୍ସବ ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଯେପରି ସମସ୍ୟା ହେବନାହିଁ ତାହା ଉପରେ ଦୃଷ୍ଟି ରଖାଯିବା ସହ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2SjW2pc
No comments:
Post a Comment