
ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆଜି ଦିଲ୍ଲୀ କୋର୍ଟ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ଶ୍ରୀ ଭଦ୍ରା ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନିଲଣ୍ଡରିଂ ମାମଲା ରୁଜୁ କରିଛି। କାଳେ ଏହି ମାମଲାରେ ଇଡି ତାଙ୍କୁ ଗିରଫ କରିନେବ,ସେଥିପାଇଁ ଶ୍ରୀ ଭଦ୍ରା ଆଗୁଆ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଶ୍ରୀ ଭଦ୍ରାଙ୍କୁ ଫେବୃଆରୀ ୧୬ ଯାଏ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ତାଙ୍କୁ ତଦନ୍ତରେ ସହଯୋଗ କରିବା ସହ ଫେବୃଆରୀ ୬ରେ ଇଡି ନକଟରେ ହାଜର ହେବାକୁ କହିଛନ୍ତି।
ପୂର୍ବରୁ କୋର୍ଟ ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ମନୋଜ ଅରୋରାଙ୍କୁ ଫେବୃଆରୀ ୬ ଯାଏ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ। ଲଣ୍ଡନରେ ଥିବା ଏକ ଜମିକୁ ଶ୍ରୀ ଭଦ୍ରା ୧.୯ ମିଲିୟନ ପାଉଣ୍ଡରେ କିଣିଛନ୍ତି। ତେବେ ସେ ଏହାକୁ ବେଆଇନ୍ ଭାବେ କିଣିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଇଡି ମାମଲାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2Givm1y
No comments:
Post a Comment