
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ‘ଉଜ୍ଜ୍ଵଳା’ ଘରକୁ କେବଳ ଗ୍ୟାସ୍ ସିଲିଣ୍ଡର ଦେଇନାହିଁ, ବରଂ ମହିଳା ସଶକ୍ତିକରଣ କରିଛି। ଆଜି ଏହା କହିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।
ଶ୍ରୀମତୀ ସ୍ୱରାଜ କହିଛନ୍ତି-“ପୂର୍ବରୁ ମହିଳାମାନେ କାଠ ଜଳି ରୋଷେଇ କରୁଥିଲେ। ଯାହାଦ୍ୱାରା ସେମାନଙ୍କର ଅଧା ସମୟ ରୋଷେଇରେ ଯାଉଥିଲା। କାଠ ଦ୍ୱାରା ରୋଷେଇ କଲେ ମହିଳାଙ୍କ ଆଖି ଖରାପ ହେବା ସହ ଧୂଆଁରେ ଘର କଳା ପଡ଼ିଯାଉଥିଲା। ପରିବାର ଲୋକମାନେ ମଧ୍ୟ ରୋଗଗ୍ରସ୍ତ ହେଉଥିଲେ। କିନ୍ତୁ ଏବେ ଘରକୁ ଗ୍ୟାସ ସିଲିଣ୍ଡର ଆସିବା କାରଣରୁ ଏ ସମସ୍ତ ଅସୁବିଧାରୁ ମହିଳାଙ୍କୁ ମୁକ୍ତି ମିଳିଛି। ‘ଉଜ୍ଜ୍ଵଳା’ ଗ୍ୟାସ ସିଲିଣ୍ଡର ଦେଶରେ କ୍ରାନ୍ତି ଆଣିଛି। ‘ଉଜ୍ଜ୍ଵଳା’ ଯୋଜନା ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।”

ଏଲ୍ପିଜି ‘ଉଜ୍ଜ୍ଵଳା’ ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଓଡିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ପଞ୍ଚମ ‘ଉଜ୍ଜଳା’ ସ୍ୱାଭିମାନ ଉତ୍ସବରେ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ଦୁଇ କେନ୍ଦ୍ରମନ୍ତ୍ରୀ ୬୦ ହଜାରରୁ ଊର୍ଦ୍ଧ୍ଵ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କରଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ସୁଷମାଙ୍କ ମାଗଦର୍ଶନ ଏକ ବଡ଼ ପଦକ୍ଷେପ ନେବାରେ ସାହାଯ୍ୟ କରିଛି। ପୂର୍ବରୁ ଦେଶରେ ଏଲ୍ପିଜି ବିତରକଙ୍କ ସଂଖ୍ୟା ୧୩ ହଜାର ଥିବା ବେଳେ ଆଜି ଏହି ସଂଖ୍ୟା ବଢି ୨୩ ହଜାର ହେଲାଣି। ଏହାସହ ବିତରଣ କେନ୍ଦ୍ରକୁ ଆହୁରି ବୃଦ୍ଧି କରିବା ପାଇଁ କମନ ସର୍ଭିସ୍ ସେଣ୍ଟର ସହ ମଧ୍ୟ ଯୋଡ଼ାଯାଇଛି। ୨ ଦିନ ପରେ ପ୍ରଧାନମନ୍ତ୍ରୀ ଦୁନିଆର ସବୁଠୁ ବଡ ଲମ୍ବା ଏଲ୍ପିଜି ପାଇପ୍ଲାଇନ୍ର ଶୁଭାରମ୍ଭ କରିବେ। ଗୁଜୁରାଟରୁ ଉତ୍ତରପ୍ରଦେଶର ଗୋରଖପୁର ଯିବାକୁ ଥିବା ପାଇପ୍ଲାଇନ୍ କାମ ଆରମ୍ଭ କରାଯିବ। ଆଜି ଏଲ୍ପିଜି ‘ଉଜ୍ଜଳା’ ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି।”
ଏହି ଅବସରରେ ବାଲେଶ୍ୱର ଭୋଗରାଇ ବ୍ଲକର ଉଜ୍ଜ୍ଵଳା ଲାଭାର୍ଥୀ ସ୍ୱର୍ଣ୍ଣଲତା ଗିରି କହିଥିଲେ-“ଉଜ୍ଜଳା ଦ୍ୱାରା ତାଙ୍କ ସମୟ ବଂଚିଛି। ଯାହାଫଳରେ ସେ ବଳକା ସମୟରେ ଅନ୍ୟକାମ କରି ରୋଜଗାର କରିପାରୁଛନ୍ତିା”
ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁରର ଚମ୍ପାବତୀ ସେଠୀ କହିଛନ୍ତି-“ଉଜ୍ଜଳା ଗ୍ୟାସ୍ ଆମକୁ ଖୁସି ଦେଇଛି। ୨୦୧୬ରେ ଘରକୁ ଗ୍ୟାସ ଆସିବା ଫଳରେ ମୋ’ ସ୍ୱାମୀଙ୍କୁ ଚାଷବାସ କାମରେ ସାହାଯ୍ୟ କରିପାରିଛି। ପୂର୍ବରୁ ଗାଈର ଗୋବରକୁ ଜାଳେଣୀରେ ବ୍ୟବହାର କରୁଥିଲେ। ମାତ୍ର ଗ୍ୟାସ୍ ଆସିବା ପରେ ଗୋବରକୁ ଚାଷ କାମରେ ଲଗାଇପାରୁଛନ୍ତି।”
କୋରାପୁଟ ଜିଲ୍ଲାର ନିଶାଣିମୁଣ୍ଡା ଗାଁର ମୀନାକ୍ଷୀ ନାୟକ କହିଛନ୍ତି-“ପୂର୍ବରୁ କାଠ ଜାଳି ରୋଷେଇ କରୁଥିଲି। କିନ୍ତୁ ଗ୍ୟାସ ଆସବା ପରେ ପରିବାର ଲୋକଙ୍କ ଯତ୍ନ ନେବା ସହ ବାହାରକୁ ଯାଇ ରୋଜଗାର କରିପାରୁଛି।”
from Odisha Reporter https://ift.tt/2SfEExO
No comments:
Post a Comment