ବିଜେଡି ପାଇଁ ମୁଣ୍ଡବିନ୍ଧା ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତ ନେତା, ଟିକଟ୍‌ ମିଳିବ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ବିଜେଡି ପାଇଁ ମୁଣ୍ଡବିନ୍ଧା ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତ ନେତା, ଟିକଟ୍‌ ମିଳିବ ତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏଥିପାଇଁ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଲେଣି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ। ହେଲେ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି ଦଳର ଚିଟ୍‌ଫଣ୍ଡ ଅଭିଯୁକ୍ତ ନେତା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ଆଉଥରେ ପ୍ରାର୍ଥୀ କରାଇବେ ନା ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ କୋଟେରୀ ଗ୍ରୁପ୍‌ର କିଛି ନେତାଙ୍କ ନାଁ ବି ଚିଟଫଣ୍ଡ୍ ଲିଙ୍କରେ ଥିବାରୁ ତାହା ସୁପ୍ରିମୋଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। କାରଣ ଏଭଳି ନେତାଙ୍କ ଟିକଟ୍ କାଟିଲେ ବିଦ୍ରୋହ ବଢ଼ିବା ଆଶଙ୍କା ରହିଛି। ତେଣୁ ସେମାନଙ୍କୁ କିଭଳି ମ୍ୟାନେଜ୍ କରାଯିବ, ତାହା ହିଁ ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିବା କୁହାଯାଉଛି।

କଳାହାଣ୍ଡିରୁ ମୟୂରଭଞ୍ଜ , ମାଲକାନଗିରିରୁ ସୁନ୍ଦରଗଡ଼- ଏସବୁ ଜିଲ୍ଲାରେ ଥିବା ନିର୍ବାଚନମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। ଟିକଟ୍ ଟେନ୍‌ସନ୍‌ରେ ଅଛନ୍ତି ବିଧାୟକ, ମନ୍ତ୍ରୀ ଓ ସାଂସଦ। ଏସବୁ ଭିତରେ ଦଳ ପାଇଁ ଅଡୁଆ ସାଜିଛନ୍ତି ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଓ ସାଂସଦ ରାମଚନ୍ଦ୍ର ହାଁସଦା। ଏମାନଙ୍କୁ ଚିଟ୍‌ଫଣ୍ଡ ଲିଙ୍କରେ ସିବିଆଇ ଗିରଫ କରିଥିଲା।

ସେହିପରି ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଣବ ବଳବନ୍ତରାୟ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ତାଲିକା ଏଇଠି ସରୁନି, ଟାଣୁଆ ବିଧାୟକ ତଥା କୋଟେରୀ ଗ୍ରୁପ୍‌ରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କୁ ମଧ୍ୟ ନୋଟିସ୍‌ କରିଥିଲା ସିବିଆଇ। ତେଣୁ ଏସବୁ ନେତାଙ୍କୁ ପୁଣି ଥରେ ଟିକେଟ୍ ଦେବେ କି ନବୀନ? ସୁପ୍ରିମୋ ନିଜର ଭାବମୂର୍ତ୍ତିକୁ ଜଗିବେ ନା ଏହି ନେତାଙ୍କ ପତିଆରାକୁ ଗୁରୁତ୍ୱ ଦେବେ? ତାହା ହିଁ ନବୀନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ସରକାର ବିରୋଧୀ ହାଓ୍ୱା ଭିତରେ ବ୍ରାଣ୍ଡ୍ ନବୀନଙ୍କୁ ନେଇ ଦଳ ନିର୍ବାଚନ ବୈତରଣୀ ପାରହେବାକୁ ଯୋଜନା ରଖିଥିବା ବେଳେ ସେଥିରେ କଣ୍ଟା ସାଜିଛନ୍ତି ଚିଟ୍‌ଫଣ୍ଡ ଲିଙ୍କରେ ଥିବା ନେତା। ସେପଟେ ଚିଟଫଣ୍ଡ ଲିଙ୍କରେ ଥିବା ନେତାମାନେ କିନ୍ତୁ ଟିକଟ୍ ଆଶା ଛାଡିନାହାନ୍ତି।

ସୂଚନା ଅନୁଯାୟୀ, ପ୍ରାର୍ଥୀ ଚୟନବେଳେ ବିଜୟ ସମ୍ଭାବନା, ଗ୍ରହଣଯୋଗ୍ୟ ବ୍ୟକ୍ତିତ୍ୱ, ଖାସ୍ କରି ଯାହା ନାଁରେ ମାମଲା ନଥିବ ସେଭଳି ନେତାଙ୍କୁ ଗୁରୁତ୍ୱ ଦିଆଯିବ। ଦଳ ପ୍ରତି ଆନୁଗତ୍ୟ ବି ଆଉ ଏକ ମାପଦଣ୍ଡ ରହିବ। ଏସବୁ ଦୃଷ୍ଟିରୁ ଚିଟ୍‌ଫଣ୍ଡ ଲିଙ୍କରେ ଥିବା ନେତାଙ୍କୁ ଟିକଟ୍‌ ମିଳିବାର ସମ୍ଭାବନା କମ୍ ରହିଛି।

ସେପଟେ ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସବୁ ନିଷ୍ପତ୍ତି ଖୋଦ୍ ସୁପ୍ରିମୋ ନେବେ। ଆଉ ରାଜନୀତିକ ସମୀକ୍ଷକ କହିଛନ୍ତି, ଅଭିଯୁକ୍ତ ନେତାଙ୍କୁ ଟିକେଟ୍ ମିଳିବ ନାହିଁ।



from Odisha Reporter https://ift.tt/2GTzsxA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages