
ଶ୍ରୀନଗର: ଗତ ସପ୍ତାହରେ ଜମ୍ମୁକଶ୍ମୀରର ପୁଲ୍ୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୂର୍ବତନ ମୂଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ଅବଦୁଲ୍ଲା କହିଛନ୍ତି, ଯେଉଁମାନେ କଶ୍ମିରୀଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ ପଛରେ ପ୍ରଶାସନର ଆଶୀର୍ବାଦ ରହିଛି। ସେ କହିଛନ୍ତି ଏଭଳି ସ୍ଥିତିରେ ଆମକୁ ରାଜନେତା ନୁହେଁ ଦୂରଦୃଷ୍ଟିସମ୍ପନ୍ନ ନେତା ଦରକାର।
“ଲୋକଙ୍କ ମଧ୍ୟରେ ଏକ ଭୁଲ ଧାରଣା ସୃଷ୍ଟି ହୋଇଛି ଏବଂ ଅପପ୍ରଚାର କରାଯାଉଛି ଯେ, କଶ୍ମିରୀମାନଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ। ଏହା ଫଳରେ କଶ୍ମିରୀମାନଙ୍କ ଭବିଷ୍ୟତ ବିପଦରେ ପଡ଼ିଛି। ନିର୍ବାଚନ ପାଇଁ କଶ୍ମିରୀମାନଙ୍କୁ ଯେଉଁ ଭଳି ବଳି ଦେବାକୁ ଉଦ୍ୟମ ଚାଲିଛି , ତାହା ହିଁ ଚିନ୍ତାର ବିଷୟ” ବୋଲି ସେ କହିଛନ୍ତି।
ବିଚ୍ଛିନ୍ନତାବାଦୀଙ୍କ ସୁରକ୍ଷା ହଟାଯିବା ପଦକ୍ଷେପ କୁ ମଧ୍ୟ ସେ ବିରୋଧ କରିଛନ୍ତି। ସେ ସେମାନଙ୍କୁ ମୁଖ୍ୟସ୍ରୋତର ରାଜନେତା କହିଛନ୍ତି। ରାଜନେତାମାନେ ଲୋକ ସଭା ଏବଂ ବିଧାନସଭା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଉଥିବାବେଳେ ସେମାନଙ୍କ ସୁରକ୍ଷା କାହିଁକି ପ୍ରତ୍ୟାହାର କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
from Odisha Reporter https://ift.tt/2SNJwzn
No comments:
Post a Comment