ଅଶ୍ୱିନ ନୁହନ୍ତି, ଇଏ ହେଉଛନ୍ତି ଭାରତର ଶ୍ରେଷ୍ଠ ସ୍ପିନର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଅଶ୍ୱିନ ନୁହନ୍ତି, ଇଏ ହେଉଛନ୍ତି ଭାରତର ଶ୍ରେଷ୍ଠ ସ୍ପିନର!

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆକୁ ବିଦେଶ ମାଟିରେ ଭେଟରାନ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ଏକାଧିକ ମ୍ୟାଚ୍‌ ଜିତାଇଛନ୍ତି। ଉଭୟ ଟେଷ୍ଟ ଏବଂ ଦିନିକିଆରେ ଅଶ୍ୱିନ୍‌ଙ୍କ ଯାଦୁ ଦେଖିବାକୁ ମିଳିଥାଏ। ହେଲେ ସେ କାଳେ ବିଦେଶ ମାଟିରେ ଭାରତର ଶ୍ରେଷ୍ଠ ସ୍ପିନର ନୁହନ୍ତି।

ବର୍ତ୍ତମାନ ନିଜ ରିଷ୍ଟ ଯାଦୁରେ ସମସ୍ତଙ୍କୁ ଘାଇଲା କରୁଥିବା ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ହିଁ ବିଦେଶ ମାଟିରେ ଭାରତର ଶ୍ରେଷ୍ଠ ସ୍ପିନର ବୋଲି କୋଚ ରବି ଶାସ୍ତ୍ରୀ ମତ ଦେଇଛନ୍ତି।

କ୍ରିକ୍‌ବଜକୁ ସାକ୍ଷାକାର ଦେଇ ଶ୍ରୀ ଶାସ୍ତ୍ରୀ କହିଛନ୍ତି,“ ରବି ଅଶ୍ୱିନ୍‌ଙ୍କ ତୁଳନାରେ କୁଲଦୀପ ଯାଦବ ଯଥେଷ୍ଟ ଆଗରେ ରହିଛନ୍ତି। ସେ ହିଁ ବିଦେଶରେ ଭାରତର ଫ୍ରଣ୍ଟଲାଇନ୍‌ ସ୍ପିନର। ବର୍ତ୍ତମାନ ସୁଦ୍ଧା ସେ ବିଦେଶ ମାଟିରେ ଖେଳିବା ସହ ଗୋଟିଏ ଗୋଟିଏ ମ୍ୟାଚରେ ୫ଟି ୱିକେଟ୍‌ ଦାଖଲ କରି ସାରିଛନ୍ତି।

ତେଣୁ ବିଦେଶ ମାଟିରେ ସେ ହିଁ ଆମର ଶ୍ରେଷ୍ଠ ବୋଲର। ସମସ୍ତଙ୍କ ପାଇଁ ସମୟ ସବୁ କିଛି ବଦଳାଇଥାଏ। ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ମାନେ କୁଲଦୀପଙ୍କୁ ୨ ବର୍ଷ ହେଲାଣି ଖେଳୁଥିଲେ ମଧ୍ୟ ତାଙ୍କ ବଲକୁ ଠିକ ପଢ଼ି ପାରୁନାହାନ୍ତି।

କୁଲଦୀପ ସିଡ୍‌ନୀରେ ଯେଉଁଭଳି ବୋଲିଂ କଲେ, ତାହା ମୋତେ ଆନନ୍ଦ ଦେଇଛି। ଏବେ ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ରିଷ୍ଟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିବ। କୁଲଦୀପ ବିଦେଶ ମାଟିରେ ଆମକୁ ନିଶ୍ଚୟ ସଫଳତା ଦେବେ।”



from Odisha Reporter http://bit.ly/2SfkRUd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages