ମନ୍ତ୍ରୀଙ୍କ ଉଦ୍‌ଘାଟନୀ ସଭାରେ କଂଗ୍ରେସ ଓ ବିଜେଡି କର୍ମୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମନ୍ତ୍ରୀଙ୍କ ଉଦ୍‌ଘାଟନୀ ସଭାରେ କଂଗ୍ରେସ ଓ ବିଜେଡି କର୍ମୀ ମୁହାଁମୁହିଁ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଜିଲ୍ଲାରେ ଡାକ୍ତରଖାନା ରହିଛି। ମାତ୍ର ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି କି ଔଷଧ ମିଳୁନି। ଯାହାଫଳରେ ରୋଗୀମାନେ ନାନା ହଇରାଣ ହରକତ ହେଉଛନ୍ତି। ଏପରି ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାର ଡାକ୍ତର ପଦବୀ ପୂରଣ କରିବା ପରିବର୍ତ୍ତେ ତରବରିଆ ଭାବେ ଡାକ୍ତରଖାନା ଉଦ୍‌ଘାଟନ କରିଦେଉଛନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଯେଉଁଥିପାଇଁ ମନ୍ତ୍ରୀଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଜେଡି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଛି।

ଆଜି ଏପରି ସ୍ଥିତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି।

ପଟ୍ଟାମୁଣ୍ଡାଇରେ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ୩୦ ଶଯ୍ୟା ବିଶିଷ୍ଟ ଶିଶୁ, ମାଆ ଚିକିତ୍ସାଳୟ ଆଜି ଉଦ୍‌ଘାଟିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ବିଳମ୍ୱରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପହଞ୍ଚିବା ପରେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ଓ ସଭାରେ ଉପସ୍ଥିତ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଥିଲା।

ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିବା ବେଳେ ଓ ମାଗଣାରେ ଔଷଧ ମିଳୁନଥିବା ବେଳେ ବର୍ତ୍ତମାନ ଡାକ୍ତରଖାନା ଉଦ୍‌ଘାଟନ ନିର୍ବାଚନୀ ପ୍ରହସନ ବୋଲି ବିଧାୟକ ଅଂଶୁମାନ ମହାନ୍ତି ଅଭିଯୋଗ କରିଛନ୍ତି।

ସବ୍‌ଡିଭିଜନ ଘୋଷଣା ପରେ ଏଠାରେ ଆହୁରି ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।



from Odisha Reporter http://bit.ly/2DyLUPP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages