ମୋଦି ଅମ୍ବାନୀଙ୍କ ପାଇଁ ମଧ୍ୟସ୍ଥି କାମ ତୁଲାଉଛନ୍ତି: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମୋଦି ଅମ୍ବାନୀଙ୍କ ପାଇଁ ମଧ୍ୟସ୍ଥି କାମ ତୁଲାଉଛନ୍ତି: ରାହୁଲ

ନୂଆଦିଲ୍ଲୀ: ରାଫେଲ ବିବାଦରେ ନୂଆ ଏକ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୀଲ ଅମ୍ବାନୀଙ୍କ ମଧ୍ୟସ୍ଥି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏକ ବିଦେଶୀ ଇମେଲକୁ ଆଧାର କରି ସେ କହିଛନ୍ତି ମୋଦି ପ୍ୟାରିସ୍‌ ଯାଇ ରାଫେଲ ଚୁକ୍ତି ବାବଦରେ ଘୋଷଣା କରିବାର ୧୦ ଦିନ ପୂର୍ବରୁ ଶିଳ୍ପପତି ଅମ୍ବାନୀ ପ୍ୟାରିସ୍‌ ଗସ୍ତ କରିବା ସହିତ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ। ସେ ସମୟରେ ସେ କୁଆଡ଼େ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଥିଲେ ଯେ ଖୁବଶୀଘ୍ର ମୋଦି ପ୍ୟାରିସ ଆସିବେ ଏବଂ ଏମଓୟୁ ସ୍ୱାକ୍ଷର କରିବେ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ସଚିବ କିଛି ଜାଣିବା ଆଗରୁ ଅନୀଲ ଅମ୍ବାନୀ ଆଗୁଆ କେମିତି ଚୁକ୍ତି ବାବଦରେ ଜାଣିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଇମେଲର ଏକ କପି ଦେଖାଇବା ସହ ସେ କହିଥିଲେ, ମୋଦି ଏପରି କରି ଜାତୀୟ ସୁରକ୍ଷା ପ୍ରତି ବିପଦ ଟାଣି ଆଣିବା ସହିତ ଦେଶଦ୍ରୋହ ମଧ୍ୟ କରିଛନ୍ତି। ଏହି ଇମେଲ ‘ଏୟାରବସ୍‌’ର ଜଣେ ଅଧିକାରୀ ପଠାଇଥିଲେ। ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସୁଥିଲା ଯେ, ଏହି ବୈଠକରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଜୀନ୍‌-ଇଭ୍ସ ଲି ଡ୍ରିଆନ୍‌ ଏବଂ ଅନୀଲଙ୍କ ବ୍ୟତୀତ କିଛି ଏୟାର ବସ୍ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସବ୍‌ଜେକ୍ଟରେ ଅମ୍ବାନୀ ଲେଖାଥିବା ଏହି ମେଲ୍‌ ୩ ଜଣଙ୍କୁ ପଠାଯାଇଥିଲା ଏବଂ କୁହାଯାଇଥିଲା, ଏହା ଗୁପ୍ତ ଏବଂ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଯୋଜନା କରାଯାଇଛି।

ଏ ମେଲ୍‌ର ଏକ କପି ଧରି ରାହୁଲ କହିଥିଲେ, “ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଥିବା ଅନୀଲ ଏକ ଏମ୍‌ଓୟୁ ବାବଦରେ ମଧ୍ୟ କହିଥିଲେ, ଯାହାକି ଭାରତର ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଆସିବା ପରେ ସେ ସ୍ୱାକ୍ଷର କରିବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ବ୍ୟକ୍ତି ଯେ ଏହି ବିଷୟରେ ଜାଣିବା କଥା। ଅନୀଲ ଏହି ବୈଠକ ପରେ ହିଁ କମ୍ପାନୀ ଖୋଲିଥିଲେ। ଏଥିରୁ ସ୍ପଷ୍ଟ ଯେ, ମୋଦି ଅନୀଲଙ୍କ ପାଇଁ ମଧ୍ୟସ୍ଥି ଭୂମିକା ନିଭାଇଛନ୍ତି।”

ଅନ୍ୟପକ୍ଷରେ ରିଲାଏନ୍ସ ଡିଫେନ୍ସ କହିଛି, ଏହା ରାଫେଲ ସମ୍ପର୍କିତ ନଥିଲା। ଅନୀଲ ଫ୍ରାନ୍ସ ଗସ୍ତ କରି ୧୦୦ରୁ ଊର୍ଦ୍ଧ ନୌବାହିନୀ ବ୍ୟବହାରଯୋଗ୍ୟ ହେଲିକପ୍ଟର ବିଷୟରେ ବୁଝିବାର ଥିଲା। ଏହା ପାଇଁ ସରକାର ୨୦୧୫ ମସିହାରେ ଅନ୍ୟ ଅନ୍ତର୍ଜାତୀୟ ହେଲିକପ୍ଟର ନିର୍ମାତାଙ୍କଠାରୁ ପରାମର୍ଶ ନେଇଥିଲେ।

ରାହୁଲ ଏହି ସାମ୍ବାଦିକ ସମ୍ମିଳନୀରେ ଆହୁରି ମଧ୍ୟ ସିଏଜି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସେ ସିଏଜି ରିପୋର୍ଟକୁ କହିଛନ୍ତି ଏହା ‘ଚୌକିଦାର ଅଡିଟ୍‌ ଜେନେରାଲ ରିପୋର୍ଟ’।

ଅନ୍ୟପକ୍ଷରେ ପ୍ରତିକ୍ରିୟାରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି, ଗୋଟିଏ ଘରୋଇ କମ୍ପାନୀର ମେଲ କିଭଳି ରାହୁଲଙ୍କୁ ମିଳିଗଲା? ରାହୁଲ ଭାରତକୁ ଅସ୍ତ୍ରଶସ୍ତ୍ର ଓ ବିମାନ ବିକିବାକୁ ଚାହୁଁଥିବା କେତେକ ଆନ୍ତର୍ଜାତିକ ଘରୋଇ କମ୍ପାନୀଙ୍କ ପାଇଁ ‘ଲବି’ କରୁଛନ୍ତି। ଦେଶ ଏଭଳି ଲବି ଆଗରେ ନଇଁବ ନାହିଁ, କାରଣ ଦେଶକୁ ଲଢ଼ୁଆ ଯୁଦ୍ଧ ବିମାନ ଦରକାର।



from Odisha Reporter http://bit.ly/2GnL5gR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages