ଧୋନିଙ୍କ ଝାଳ ବୁହା ପରିଶ୍ରମର ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଧୋନିଙ୍କ ଝାଳ ବୁହା ପରିଶ୍ରମର ଭିଡିଓ ଭାଇରାଲ

ବିଶାଖାପଟନମ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ପୂର୍ବରୁ ଆଜି ଭାରତୀୟ ଦଳ ଜୋରଦାର ଅଭ୍ୟାସ୍‌ କରିଛି। ତେବେ ନେଟସ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଧିକ ସମୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

ବିସିସିଆଇ ଧୋନି କେମିତି ବ୍ୟାଟିଂ କରୁଛନ୍ତି, ତା’ର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଛି। ଏଥିରେ ଧୋନି ଢେର ସମୟ ବ୍ୟାଟିଂ କରିବା ସହ ବଡ଼ ବଡ଼ ଶଟ୍‌ କେମିତି ଖେଳାଯିବ, ସେଦିଗରେ ବିଶେଷ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ଧୋନି ଉଭୟ ସ୍ପିନ୍‌ ଓ ଦ୍ରୁତ ବୋଲରଙ୍କୁ ନେଟସ୍‌ରେ ସାମ୍ନା କରିଥିଲେ। ଏହି ସମୟରେ ପଡ଼ିଆର ଉଭୟ ଦିଗରେ କେମିତି ଶଟ୍‌ ମରାଯିବ, ସେଦିଗରେ ମଧ୍ୟ ଅଭ୍ୟାସ୍‌ କରିଥିଲେ। ବିସିସିଆଇ ଏହି ଭିଡିଓକୁ ପୋଷ୍ଟ କରିବା ପରେ ସୋଶାଲ୍‌ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳାଯିବ। ଆସନ୍ତାକାଲି ପ୍ରଥମ ଟି-୨୦ ଥିବା ବେଳେ ୨୭ରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ଏହାପରେ ମାର୍ଚ୍ଚ ୨ରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2U32puz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages