ବେଆଇନ ବାଲି ଉଠାକୁ ବିରୋଧ କରି ରାସ୍ତାରେ ବସିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ବେଆଇନ ବାଲି ଉଠାକୁ ବିରୋଧ କରି ରାସ୍ତାରେ ବସିଲେ ଲୋକେ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କାଠପାଳ ଦେଇ ବୋହି ଯାଇଥିବା ସୋନ ନଦୀର କୂଳେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ସରକାରୀ ଭାବେ ୪ଟି ବାଲି ଖାଦାନକୁ ଅନୁମତି ମିଳିଛି। ହେଲେ ଏଠାରେ ବେଆଇନ ଭାବେ ବହୁ ଚୋରା ବାଲି ଖାଦାନ ଚାଲୁଥିବା ଦେଖାଯାଇଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ବେଆଇନ ବାଲି ଚାଲାଣକୁ ବିରୋଧ କରି ରାସ୍ତାରେ ବସିଛନ୍ତି ଅଞ୍ଚଳ ଲୋକେ।

ଏପରି ବାଲି ଚୋରା ଚାଲାଣଯୋଗୁ ନଦୀ ଗତିବଥ ବଦଳାଇବା ସହ ଗାଁ ମୁହାଁ ହେବାରେ ଲାଗିଛି। ଏପରି ସ୍ଥିତିରେ ବନ୍ୟା ହେଲେ ପୂରା ଗାଁ ନଦୀ ମୁହଁକୁ ଚାଲିଯିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୁନ୍ଦାଳ ଘାଟରୁ ବାଲି ମାଫିଆଙ୍କ ବାଲି ଉଠାଣ ଓ ଦାଦାଗିରିକୁ ବିରୋଧ କରି ଆଜି ମିତ୍ରପୁର-ଉଦଳା ରାସ୍ତାର କାଠପାଳଠାରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ପୂର୍ବରୁ ଗାଁ ଲୋକେ ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଅଭିଯୋଗ କରିଛନ୍ତି। ରାସ୍ତାରୋକ ଯୋଗୁ ଉଭୟ ପାର୍ଶ୍ଵରେ ବହୁ ଗାଡି ଅଟକି ରହିଛି।



from Odisha Reporter http://bit.ly/2DYGtLw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages