
ମୁମ୍ବାଇ: ବେଳେ ବେଳେ ଏମିତି ଅଜବ କଥା ଶୁଣିବାକୁ ମିଳେ, ଯାହାକୁ ଶୁଣି ଆପଣଙ୍କ ଅକଲ ହଜିଯିବ। ସେମିତି ଗୋଟେ ଅକଲ ହଜାଇ ଦେଲା ଭଳି ପ୍ରଶ୍ନ ଉଠିଛି। ଜଣେ ଯୁବକ ନିଜ ବାପା-ମା’ଙ୍କୁ ଅଜବ ପ୍ରଶ୍ନ ପଚାରି ଆଜି ଚର୍ଚ୍ଚାରେ।
ଜାଣିଛନ୍ତି, ପ୍ରଶ୍ନଟି କ’ଣ ?
ପ୍ରଶ୍ନଟା ହେଉଛି, “ମତେ ଜନ୍ମ କଲ କାହିଁକି, ମୁଁ କ’ଣ ଅନୁମତି ଦେଇଥିଲି ?”
ଏମିତି ସାଙ୍ଘାତିକ ଅଭିଯୋଗ ଆପଣ କେବେ ଆଗରୁ ଶୁଣି ନ ଥିବେ।
ସୂଚନା ଅନୁଯାୟୀ, ୨୭ ବର୍ଷିୟ ରାଫେଲ ତାଙ୍କ ପିତାମାତାଙ୍କ ସହ ମୁମ୍ବାଇରେ ରୁହନ୍ତି। ରାଫେଲଙ୍କ ସହ ତାଙ୍କ ପିତା ମାତାଙ୍କର କୌଣସି ମତାନ୍ତର ନାହିଁ। କିନ୍ତୁ ତାଙ୍କର ଅଭିଯୋଗ, ତାଙ୍କ ବାପା ମା’ ତାଙ୍କୁ ନିଜର ସ୍ୱାର୍ଥ ପାଇଁ ଜନ୍ମ କରିଛନ୍ତି। ରାଫେଲଙ୍କ କହିବା ଅନୁସାରେ, ତାଙ୍କର ଜୀବନଶୈଳୀ ବେଶ ଭଲରେ କଟୁଛି। କିନ୍ତୁ ସେ ଚାହାଁନ୍ତି ନାହିଁ ତାଙ୍କ ଜୀବନରେ ସ୍କୁଲ, କଲେଜ, ପାଠପଢା ବାଧକ ସାଜୁ। ପିତାମାତା ତାଙ୍କୁ ପାଠ ପଢିବା ପାଇଁ କହୁଥିବା ବେଳେ ସେ ତାଙ୍କ ଜୀବନରେ ପାଠପଢାକୁ ଗୁରୁତ୍ୱ ଦେବାକୁ ଚାହାଁନ୍ତି ନାହିଁ।
ରାଫେଲ ତାଙ୍କ ଫେସବୁକ ପେଜ୍ରେ ଏଭଳି ଏକ ଜନବିରୋଧୀ ପ୍ରଚାର ଆରମ୍ଭ କରି ଭିଡିଓ ଶେଆର କରିଛନ୍ତି। ନକଲି ନିଶ, ଦାଢି ଲଗାଇ ସେ ନିଜ ଭିଡିଓ କରିଛନ୍ତି। ରାଫେଲଙ୍କ ହିସାବରେ ଶିଶୁ ଜନ୍ମ କରିବାର ମାନେ ହେଉଛି କାହାର ଇଚ୍ଛା ବିରୋଧରେ କାହାକୁ ଜୀବନ ଦାନ ଦେବା। ଯାହା ପାଇଁ ସେ ନିଜ ପିତା ମାତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଓ ଏହାକୁ ନେଇ ସେ ମାମଲା ରୁଜୁ କରିବାକୁ ଯାଉଛନ୍ତି।
ତାଙ୍କର ଫେସବୁକ୍ ପେଜକୁ ୧୪ଶହ ଲୋକ ଫଲୋ କରୁଛନ୍ତି ।
from Odisha Reporter http://bit.ly/2TF38BY
No comments:
Post a Comment