ସୁପ୍ରିମକୋର୍ଟ ଝଟ୍‌କା ପରେ ଧାରଣାରୁ ଓହରିଲେ ମମତା, ସିବିଆଇରେ ହାଜର ହେବେ ରାଜୀବ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ସୁପ୍ରିମକୋର୍ଟ ଝଟ୍‌କା ପରେ ଧାରଣାରୁ ଓହରିଲେ ମମତା, ସିବିଆଇରେ ହାଜର ହେବେ ରାଜୀବ କୁମାର

ନୂଆଦିଲ୍ଲୀ: ସିବିଆଇ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରବିବାରଠାରୁ ସୃଷ୍ଟି ହୋଇଥିବା ହାଇଡ୍ରାମା ଆଜି ପ୍ରାୟତଃ ଶେଷ ହୋଇଛି। ଆଜି ସୁପ୍ରିମକୋର୍ଟ ଏହି ବିବାଦ ପ୍ରସଙ୍ଗରେ ସିବିଆଇ ସପକ୍ଷରେ ରାୟ ଦେଇବା ପରେ ୩ ଦିନ ହେଲା ଅନଶନ କରୁଥିବା ମମତା ଶେଷରେ ଏଥିରୁ ଓହରି ଯାଇଛନ୍ତି। ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିଥିବା କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ ସୁପ୍ରିମକୋର୍ଟ ଏହା ବିରୋଧରେ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ଶ୍ରୀ କୁମାରଙ୍କୁ ସିବିଆଇ ତଦନ୍ତରେ ସହଯୋଗ କରିବାକୁ ଆଜି ନିର୍ଦ୍ଦେଶ ଦେବା ସହ ସମସ୍ତ ପ୍ରମାଣ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାକୁ ଦେବାକୁ କହିଛନ୍ତି। ତେବେ କୋର୍ଟ ଆସନ୍ତା ୨୦ ତାରିଖ ଯାଏ ଶ୍ରୀ କୁମାରଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି। ଆସନ୍ତା ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖି ଶ୍ରୀ କୁମାର କେଉଁଭଳି ସାରଦା ଚିଟ୍‌ଫଣ୍ଡ ଘଟଣାରେ ଦସ୍ତାବିଜ୍‌ ହେରଫେର କରିଛନ୍ତି, ତା’ର ପ୍ରମାଣ ଦେଖାଇଥିଲେ। ଏଥିସହ ସିବିଆଇ ୨୦୧୭ରୁ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍‌ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିବା ପ୍ରମାଣ ମଧ୍ୟ ଶ୍ରୀ ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଥିଲେ।

ଶ୍ରୀ କୁମାର ଏସ୍‌ଆଇଟି ମୁଖ୍ୟ ଭାବେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ବେଳେ ସାରଦା ମୁଖ୍ୟଙ୍କ କଲ ରେକର୍ଡରୁ କିଛି ଭିଆଇପିଙ୍କ ନମ୍ବର ଡିଲିଟ୍‌ କରି ଦେଇଥିବାର ପ୍ରମାଣ ମଧ୍ୟ ସିବିଆଇ କୋର୍ଟଙ୍କୁ ଜଣାଇଥିଲା। ଏକ ବନ୍ଦ ଲଫାପାରେ ସିବିଆଇ ପକ୍ଷରୁ ଏସବୁ ପ୍ରମାଣ ଦାଖଲ ପରେ ଶ୍ରୀ କୁମାରଙ୍କୁ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜିର ଶୁଣାଣି ବେଳେ କହିଛନ୍ତି, ଅଯଥା ବିବାଦକୁ ଏଡ଼ାଇବା ଲାଗି ମେଘାଳୟର ରାଜଧାନୀ ଶିଲଂରେ ଶ୍ରୀ କୁମାର ସିବିଆଇ ନିକଟରେ ହାଜର ହେବେ। ସିବିଆଇ ଏହି ସମୟରେ ତାଙ୍କୁ ଜେରା କରିବା ସହ ଘଟଣାର ଅପରାଧିକ ଷଡ଼ଯନ୍ତ୍ରର କାରଣ ମଧ୍ୟ ଖୋଜିବ। ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏଭଳି ରୁଲିଂ ଦେବା ସହ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ଡିଜିପି ଓ କୋଲକାତା ପୁଲିସ କମିଶନରଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ଅଭିଯୋଗର ଜବାବ ଆସନ୍ତା୧୮ ତାରିଖରେ ମଧ୍ୟରେ ରଖିବାକୁ ସଂପୃକ୍ତ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ରବିବାର ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବା ଲାଗି ସିବିଆଇ ଅଧିକାରୀ ତାଙ୍କ ଘରକୁ ଯାଇଥିଲେ। ତେବେ ସ୍ଥାନୀୟ ପୁଲିସ୍‌ ସେଥିରେ ବାଧା ଦେଇଥିଲା ଯାହାକୁ ନେଇ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଅନ୍ୟପକ୍ଷରେ ରବିବାର ରାତିରୁ ମେଟ୍ରୋ ଚ୍ୟାନେଲରେ ଧାରଣା ଦେଇଥିବା ମମତା ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିବା ପରେ ଧାରଣାରୁ ଓହରିଛନ୍ତି। କେନ୍ଦ୍ର ସରକାରର ବିରୋଧରେ ଯୁଦ୍ଧ ଡାକରା ଦେଇ ମମତା ଧାରଣାରେ ବସିଥିଲେ। ସୁପ୍ରିମକୋର୍ଟ ରାଜୀବ କୁମାରଙ୍କ ବିପକ୍ଷରେ ରାୟ ଦେଇଥିଲେ ହେଁ ମମତା ଏହାକୁ ପଶ୍ଚିମବଙ୍ଗ ଜନତାଙ୍କ ନୈତିକ ବିଜୟ ବୋଲି କହି ନିଜ ସମ୍ମାନକୁ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି।

ସେହିପରି ସିବିଆଇ-ମମତା ତାତି ଗତକାଲି ପରି ଆଜି ମଧ୍ୟ ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିବାରୁ ଗୃହକୁ ଦିନ ପାଇଁ ମୁଲତବୀ ଘୋଷଣା କରାଯାଇଛି।

ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦମାନେ ବାଚସ୍ପତି ସୁମିତ୍ରା ମହାଜନଙ୍କ ପୋଡିୟମ ପାଖକୁ ଯାଇ ସିବିଆଇ ଶୁଆ ଅଟେ ଏବଂ ଚୌକିଦାର ଚୋର ହୈ ବୋଲି ସ୍ଲୋଗାନ ଦେଇଥିଲେ। ତୃଣମୂଳ କଂଗ୍ରେସର ସାଂସଦମାନଙ୍କୁ ଆରଜେଡି, ସମାଜବାଦୀ ପାର୍ଟି ଓ ଟିଡିପି ସାଂସଦ ସମର୍ଥନ କରିଥିଲେ। ଗୃହ ବାହାରେ ବିଜେପିର ମହାରାଷ୍ଟ୍ର ସହଯୋଗର ଶିବସେନା ଏହି ଘଟଣାକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।



from Odisha Reporter http://bit.ly/2HQdsFJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages