ଏକ ସଙ୍ଗେ ୭ ପିଲାଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଏକ ସଙ୍ଗେ ୭ ପିଲାଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା

ନୂଆଦିଲ୍ଲୀ: ଅଦ୍ଭୁତ, ଅଜବ ପୁଣି ସମସ୍ତଙ୍କୁ ଆଚମ୍ବିତ କରିଦେବା ପରି ଘଟଣାଟିଏ। ଜଣେ ଇରାକୀ ମହିଳା ଏକସଙ୍ଗେ ୭ଟି ସନ୍ତାନର ମା’ ହୋଇଛନ୍ତି। ମହିଳା ଜଣକ ଗୋଟିଏ ଦିନରେ ଏହି ସମସ୍ତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି।

ଏହି ଘଟଣାଏବେ ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବ ଇରାକର ଡିୟାଲି ପ୍ରୋଭିନ୍ସ ଅଞ୍ଚଳର ଏକ ହସପିଟାଲରେ ଜଣେ ମହିଳା ୭ଟି ପିଲାଙ୍କୁ ଜନ୍ମଦେଇଛନ୍ତି। ଜନ୍ମିତ ଶିଶୁ ମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଥିବା ବେଳେ ବାକି ୬ ଜଣ ହେଉଛନ୍ତି ଝିଅ। ମହିଳା ଜଣକ ସ୍ୱାଭାବିକ୍‌ ଭାବେ ଏହି ୭ ଜଣଙ୍କୁ ଜନ୍ମ ଦେଇଥିବା ବେଳେ ଇରାକର ଏହା ପ୍ରଥମ ଏବଂ ବିରଳ ଘଟଣା ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ ଉଭୟ ମା ଓ ୭ ପିଲା ସୁସ୍ଥ ଅଛନ୍ତି। ଡେଲିଭରି ହେବା ପରେ ମା ଏବଂ ପିଲାଙ୍କର ଫଟୋ ବାହାରକୁ ଆସିଥିଲା। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଇରାକର ସ୍ୱାସ୍ଥ୍ୟ ବିଭାଗର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ, ସମସ୍ତ ଶିଶୁ ସ୍ୱାଭାବିକ୍‌ ପ୍ରକ୍ରିୟାରେ ଜନ୍ମ ହୋଇଛନ୍ତି ଏବଂ ସମ୍ପୃକ୍ତ ଜନନୀ ତଥା ୨୫ ବର୍ଷୀୟ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ପିଲାମାନଙ୍କର ବାପା ୟୁସେଫ ଫଏଦ୍ କହିଛନ୍ତି ଯେ, ମୁଁ ଆଉ ମୋ ପତ୍ନୀ ପରିବାର ବୃଦ୍ଧି ନେଇ କୌଣସି ଯୋଜନା କରିନଥିଲୁ। ହେଲେ ଏବେ ସେମାନଙ୍କୁ ୭ଟି ଯାକ ପିଲାର ଯତ୍ନ ନେବାକୁ ପଡ଼ିବ।



from Odisha Reporter http://bit.ly/2tnTDf9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages