
କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅଁଳାକୁଦା ଗାଁ ଲୋକେ ଏକ ଝିଙ୍କକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସ୍ଥାନୀୟ ଲୋକେ ଆଜି ସକାଳେ ଜମିକୁ କାମ କରିବା ପାଇଁ ଯାଇଥିବା ବେଳେ ଝିଙ୍କଟିକୁ ଦେଖିଥିଲେ। କିଛି କୁକୁର ଝିଙ୍କଟିକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକେ ଗାଁ କୁକୁରଙ୍କ କବଳରୁ ଝିଙ୍କକୁ ବଞ୍ଚାଇ ରଖିଥିଲେ।
ପରେ ଝିଙ୍କଟି ଜଣଙ୍କ ଘରେ ପଶି ଯିବାରୁ ଗାଁ ଲୋକେ ତାକୁ କାବୁ କରିଥିଲେ। ନୂଆପଡ଼ା ରେଂଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଝିଙ୍କକୁ ଉଦ୍ଧାର କରି ନେଇଛନ୍ତି।
from Odisha Reporter http://bit.ly/2DnjloD
No comments:
Post a Comment