ଆତ୍ମହତ୍ୟା କଲେ ମେଲୋଡି କୁଇନ୍‌, ଶେଷ ଚିଠିରେ ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଆତ୍ମହତ୍ୟା କଲେ ମେଲୋଡି କୁଇନ୍‌, ଶେଷ ଚିଠିରେ ଲେଖିଲେ ଏମିତି କଥା

ଭଦ୍ରକ (ତପନ ସ୍ୱାଇଁ): ଦିନେ ଷ୍ଟେଜ୍‌ରେ ଗୀତ ଗାଇ ସମସ୍ତଙ୍କୁ ଚମକାଇ ଦେଉଥିଲେ। ରାତି ରାତି ଅନିଦ୍ରା ହୋଇ ଦର୍ଶକ ତାଙ୍କର ଗୀତକୁ ମନ ଭରି ଉପଭୋଗ କରୁଥିଲେ। କିନ୍ତୁ ଆଜି ସେହି କଣ୍ଠ ନିରବି ଯାଇଛି। ପରିବାରକୁ ଛାଡ଼ି ଚିରନିଦ୍ରାରେ ଶୋଇ ଯାଇଛନ୍ତି ଭଦ୍ରକ ଜିଲ୍ଲାର ଜଣାଶୁଣା ମେଲୋଡି ଗାୟିକା ପ୍ରଭାତୀ ଜେନା। ଜିଲ୍ଲାର ମେଲୋଡି କୁଇନ୍ ଭାରେ ଜଣାଶୁଣା ଏହି ଗାୟିକାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି।

ଧାମନଗର ଥାନା ପଦ୍ମପୋଖରୀ ଗାଁର ପ୍ରଭାତୀ, ଜଣେ ଭଲ କଣ୍ଠଶିଳ୍ପୀ। ସେ ବିଭିନ୍ନ ସ୍ଥାନକୁ ଯାଇ ଷ୍ଟେଜ୍‌ରେ ସଂଗୀତ ପରିବେଷଣ କରନ୍ତି। ସେଥିପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ତେଣୁ ସେ ‘ମେଲୋଡି କୁଇନ୍‌’ ଭାବେ ଧାମନଗର ଆଖପାଖ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ। ଗୁରୁବାର ରାତିରେ ସେ ଯାଜପୁର ଜିଲ୍ଲାର ପାଣିକୋଇଲିରେ ଆୟୋଜିତ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗତକାଲି ସକାଳେ ଘରକୁ ଫେରି ବିଶ୍ରାମ ନେଇଥିଲେ। ରାତିରେ ଖାଇ ନିଜ ରୁମ୍‌କୁ ଶୋଇବା ପାଇଁ ଯାଇଥିଲେ।

କିନ୍ତୁ ହଠାତ୍ ଆଜି ସକାଳେ ତାଙ୍କୁ ତାଙ୍କ କୋଠରୀରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ। ସେ ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ଝୁଲିପଡ଼ିଥିଲେ। ଧାମନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି। ତେବେ ପ୍ରେମ ବ୍ୟାପାର କିମ୍ବା ବିବାହ ହୋଇନପାରିବାକୁ ନେଇ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତ ପରେ ପୁଲିସ୍ ସନ୍ଦେହ କରୁଛି।

ମୃତ୍ୟୁ ପୂର୍ବରୁ ପ୍ରଭାତୀ ତାଙ୍କ ବାପା-ମାଆଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଶେଷ ଚିଠି। ଯେଉଁ ଚିଠି ପଢ଼ିଲେ ଆଖି ଛଳଚଳ ହୋଇଯିବ। ଏଥିରେ ସେ ଲେଖିଛନ୍ତି- “ମତେ କ୍ଷମା କରିଦେବ, ତୁମ ପାଇଁ କିଛି କରିପାରିଲିନି। ମୁଁ ଯଦି ଆଉ କେବେ ଜନ୍ମନିଏ, ତୁମରି ଝିଅ ହୋଇ ଜନ୍ମ ନେବାକୁ ଚାହିଁବି। ଆଉ ସମସ୍ତଙ୍କୁ କହିବି, ମୋ ପାଇଁ କେହି କାନ୍ଦିବେନି। ତୁମ ଆଶା ପୂରଣ କରିପାରିଲି ନାହିଁ। ମୋର ବହୁତ ଇଚ୍ଛା ଥିଲା ବାହାହେବି। ସେଇଟା ବୋଧହୁଏ ମୋ ଭାଗ୍ୟରେ ନାହିଁ। ମୁଁ ମଲା ପରେ ମୋର ମୃତଦେହକୁ ମେଡିକାଲ୍‌ ନେବନି କି ପୋଡ଼ିବନି, ପୋତି ଦେବ। ମୁଁ ସବୁଦିନ ପାଇଁ ତୁମମାନଙ୍କୁ ଛାଡ଼ି ଯାଉଛି। ମୋତେ ସମସ୍ତେ କ୍ଷମା କରିଦେବ।” ଚିଠିର ଶେଷରେ ଲେଖାଯାଇଛି- ମୋ ମରଣ ପାଇଁ କେହି ଦାୟୀ ନୁହଁନ୍ତି, ମୁଁ ନିଜ ଇଚ୍ଛାରେ ମରୁଛି।”



from Odisha Reporter http://bit.ly/2Dm8s6u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages