ୟୁପି:ଏସ୍‌ପି-ବିଏସ୍‌ପି ଭାଗ ଛିଣ୍ଡିଲା, କଂଗ୍ରେସକୁ ଦୁଆର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ୟୁପି:ଏସ୍‌ପି-ବିଏସ୍‌ପି ଭାଗ ଛିଣ୍ଡିଲା, କଂଗ୍ରେସକୁ ଦୁଆର ବନ୍ଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପିଙ୍କ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବାବେଳେ ଏହି ମେଳିରେ କଂଗ୍ରେସ ସ୍ଥାନ ପାଇବାକୁ ରହିଥିବା ଶେଷ ଆଶାଟି ମଉଳି ଯାଇଛି। ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ଏସ୍‌ପି ମୁଖ୍ୟ ଅଖିଲେଶ ଯାଦବ ଆଜି ଏନେଇ ସ୍ପଷ୍ଟ କରିଦେଇଛନ୍ତି।

ମୋଟ ୮୦ଟି ସିଟ୍‌ରୁ ଏହି ମେଣ୍ଟ ୭୫ଟି ଆସନ ବାବଦରେ ହୋଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରିଛି। ଯେଉଁଥିରୁ ବିଏସ୍‌ପି ୩୮ଟି ଆସନରୁ ଲଢ଼ିବ ଏବଂ ଏସ୍‌ପି ୩୭ଟି ଆସନରୁ ଲଢ଼ିବ।

ବାକି ୫ଟିରୁ ଆମେଥି ଏବଂ ରାଏବରେଲୀ ଆସନ କଂଗ୍ରେସ ପାଇଁ ଛଡ଼ାଯିବ। ଧଶନ୍ଧି ଦଶନ୍ଧି ଧରି ଏହି ଦୁଇ ଆସନରୁ ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଛନ୍ତି ଏବଂ କ୍ରମେ ଏହା ପରମ୍ପରାରେ ପରିଣତ ହୋଇଯାଇଛି। ତେବେ ଏହି ନିଷ୍ପତ୍ତି ବାବଦରେ ମାୟାବତୀ ସ୍ପଷ୍ଟ କରିସାରିଛନ୍ତି।

ସେହିଭଳି ବାକି ୩ଟି ଆସନ୍ ଏସ୍‌ପି-ବିଏସ୍‌ପିଙ୍କ ସହଯୋଗୀ ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକ ଦଳକୁ ଛଡ଼ାଯିବ ବୋଲି ଜଣାଯାଇଛି। ଉତ୍ତରପ୍ରଦେଶ ହିଁ ସବୁ ସମୟରେ ଦିଲ୍ଲୀ ପାଇଁ ଗେଟ୍‌ୱେ ବୋଲି ବିଚାର କରାଯାଉଥିବାବେଳେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜନୀତି ତିନିମୁଖୀ ଲଢ଼େଇରେ ପରିଣତ ହୋଇଛି।



from Odisha Reporter https://ift.tt/2U83MYQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages