ମନ୍‌ କୀ ବାତ୍‌: ନିର୍ବାଚନ ପରେ ପୁଣି ଭେଟ ହେବ କହିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ମନ୍‌ କୀ ବାତ୍‌: ନିର୍ବାଚନ ପରେ ପୁଣି ଭେଟ ହେବ କହିଲେ ମୋଦି

ନୂଆଦିଲ୍ଲୀ: ୨୦୧୪-୧୯ ମୋଦି ସରକାରର କାର୍ଯ୍ୟକାଳ ଏବେ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଆଚରଣ ବିଧି ଲାଗୁ ହେବା ଆଗରୁ ଶେଷଥର ପାଇଁ ମନ୍‌ କୀ ବାତ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସରକାର ପୁଣି ଆସିବ କି ନା ଇଭିଏମ୍‌ ଏବଂ ଭୋଟର ନିଷ୍ପତ୍ତି ନେବାକୁ ଥିବାବେଳେ ସେ ପୁଣି ମନ୍‌ କୀ ବାତ୍‌ରେ ଶ୍ରୋତାଙ୍କ ସହିତ ଭେଟ ହେବେ ବୋଲି ଆତ୍ମବିଶ୍ୱାସର ସହିତ କହିଛନ୍ତି।

ସେ ଏହି ଅବସରରେ କହିଥିଲେ, ସେ ୨୦୧୯ ଲୋକସଭା ଲଢ଼ିବାକୁ ଥିବାରୁ ସେ ଆସନ୍ତା ମାର୍ଚ୍ଚ ଏବଂ ଏପ୍ରିଲରେ ଏହି କାର୍ଯ୍ୟକ୍ରମରେ ଆଉ ଆସିପାରିବେନାହିଁ। ଏହା ନିର୍ବାଚନ ଆଚରଣ ବିଧିର ପରିପନ୍ଥୀ ହୋଇଥିବାରୁ ନିର୍ବାଚିତ ବ୍ୟକ୍ତିମାନେ ସରକାରୀ ବ୍ୟବସ୍ଥାର ବ୍ୟବହାର କରି ପ୍ରଚାର କରିପାରିବେନାହିଁ।
ସେ କିନ୍ତୁ ତାଙ୍କ ଶ୍ରୋତାମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି, ମେ ମାସ ଶେଷ ରବିବାରରେ ସେ ମନ୍‌ କୀ ବାତ୍‌ରେ ଫେରିବେ।

ସେ ଆତ୍ମବିଶ୍ୱାସର ସହିତ କହିଛନ୍ତି, “ମାର୍ଚ୍ଚ, ଏପ୍ରିଲ ଏବଂ ମେ’- ଏହି ୩ ମାସରେ ମୋ ଅନୁଭବ ଏବଂ ଚିନ୍ତନକୁ ନେଇ ନିର୍ବାଚନ ପରର ମନ୍‌ କୀ ବାତ୍‌ରେ ବିଷୟ ରଖିବି। ମନ୍‌ କୀ ବାତ୍‌ ଜରିଆରେ ମୋ ପ୍ରତିନିଧିତ୍ୱ ଆହୁରି ବଢ଼ି ବଢ଼ି ଯିବ ଏବଂ ବର୍ଷ ବର୍ଷ ଧରି ମନ୍‌ କୀ ବାତ୍‌ କରିଚାଲିବି।”

ସେ ଏହି ଅବସରରେ ପୁଲ୍‌ୱାମା ଘଟଣାର ସ୍ମୃତିଚାରଣ କରିଥିଲେ। ସେ କହିଥିଲେ, “୧୦ ଦିନ ପୂର୍ବେ ଭାରତ ମା ତା’ର ବହୁ ବୀର ପୁତ୍ରମାନଙ୍କୁ ହରାଇଥିଲା। ଦେଶସାରା ଲୋକେ କ୍ରୋଧିତ ଏବଂ ପ୍ରତିଶୋଧପରାୟଣ ହୋଇଛନ୍ତି। ସହିଦ ଏବଂ ସେମାନଙ୍କ ପରିବାରକୁ ସମଗ୍ର ଦେଶର ସମବେଦନା ଏବଂ ସମର୍ଥନର ସୁଅ ଛୁଟୁଛି। ଯେଉଁମାନେ ଭାରତ ମା’ ପାଇଁ ପ୍ରାଣବଳି ଦେଇଛନ୍ତି, ମୁଁ ସେମାନଙ୍କୁ ପ୍ରଣାମ କରୁଛି।”

ଏତଦ୍‌ବ୍ୟତୀତ ସୋମବାର ମୋଦି ଲୋକାର୍ପଣ କରିବାକୁ ଥିବା ୱାର ମେମୋରିଆଲ ବା ଯୁଦ୍ଧ ସ୍ମାରକୀ ବାବଦରେ ମଧ୍ୟ କହିଥିଲେ, “ମୁଁ ଜାଣିକରି ଆଶ୍ଚର୍ଯ୍ୟ ହେଲି ଯେ ଆମ ଦେଶରେ ୱାର ମେମୋରିଆଲ ନାହିଁ। ଏହା ମୋତେ ଗଭୀର ଭାବରେ ଦୁଃଖିତ କରିଥିଲା ଏହାପରେ ହିଁ ମୁଁ ନିଷ୍ପତ୍ତି ନେଇଥିଲି ଏହାର ନିର୍ମାଣ କରାଯିବା ଉଚିତ।”

ମୋଦି ଏହି ସ୍ମାରକୀକୁ ଯୁବବର୍ଗଙ୍କୁ ନିମନ୍ତ୍ରଣ କରି କହିଥିଲେ, “ମୁଁ ଭାବୁଛି ଯୁବବର୍ଗ ଏହି ସ୍ମାରକୀସ୍ଥଳ ପରିଦର୍ଶନରେ ଆସିବା ଉଚିତ। ଯେତେବେଳେ ତୁମେମାନେ ଏହି ସ୍ଥଳକୁ ଯିବ, ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବ ଯାହାଫଳରେ ଏହା ରାଷ୍ଟ୍ରର ଅନ୍ୟମାନଙ୍କୁ ମଧ୍ୟ ପରିଦର୍ଶନ କରିବାକୁ ଅନୁପ୍ରାଣିତ କରିବ।”



from Odisha Reporter https://ift.tt/2T14PO9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages