
ମୁମ୍ବାଇ: କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକର ହଜାର ହଜାର ଧାବକଙ୍କ ସହ ଆଇଡିବିଆଇ ଫେଡେରାଲ୍ ଲାଇଫ୍ ଇନ୍ସ୍ୟୁରାନ୍ସ ନୂଆଦିଲ୍ଲୀ ମାରାଥନ୍ରେ ଭାଗ ନେଇ ପୁଲୱାମା ଆତଙ୍କୀ ହମ୍ଲାରେ ସହିଦଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଜବାହରଲାଲ ନେହରୁ ଷ୍ଟାଡିୟମରେ ମୋଟ ୪ଟି ରେସ୍ ହୋଇଥିଲା।
ପ୍ରତି ରେସ୍ ଆରମ୍ଭ ହେବା ପୂର୍ବରୁ ସଚିନ୍ କିପ୍ ମୁଭିଂ ପୁଶ୍-ଅପ୍ ଚ୍ୟାଲେଞ୍ଜ୍’ ଅନ୍ତର୍ଗତ ୧୦ ପୁଶ୍-ଅପ୍ କରିଥିଲେ ଏବଂ ଅଂଶଗ୍ରହଣକାରୀ ଧାବକଙ୍କୁ ତାଙ୍କ ସହ ଯୋଡି ହେବାକୁ କହିଥିଲେ।
ସଚିନ କହିଥିଲେ, ଏଥିରୁ ଯେଉଁ ଅର୍ଥରାଶି ମିଳିବ, ତାହା କୌଣସି ଭଲ କାର୍ଯ୍ୟ ପାଇଁ ଦାନ କରାଯିବ। ଅର୍ଥାତ୍ ଅର୍ଥରାଶି ସହିଦ୍ଙ୍କ ପରିବାରକୁ ଦିଆଯିବ। ଶନିବାର ମୋଟ ଚାରୋଟି ରେସ୍ ଆୟୋଜିତ ହୋଇଥିଲା, ଯେଉଁଥିରେ, ମାରାଥନ୍, ହାଫ୍ମାରାଥନ୍, ଟାଇମ୍ଡ ୧୦ କିମି ଏବଂ ୫କିମି ସ୍ୱଚ୍ଛଭାରତ ରନ୍ ସାମିଲ୍ ଥିଲା। ଏହି ରେସ୍ରେ ହଜାର ହଜାର ଧାବକ ଭାଗ ନେଇଥିଲେ।
from Odisha Reporter https://ift.tt/2Vdpj2A
No comments:
Post a Comment