୨୪ ବର୍ଷ ପରେ ଏକାଠି ହେବେ ଜିତେନ୍ଦ୍ର-ଜୟାପ୍ରଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

୨୪ ବର୍ଷ ପରେ ଏକାଠି ହେବେ ଜିତେନ୍ଦ୍ର-ଜୟାପ୍ରଦା

jaya

ମୁମ୍ବାଇ:  ଆଇକୋନିକ୍‌ ଯୋଡ଼ି ଜିତେନ୍ଦ୍ର ଓ ଜୟାପ୍ରଦା  ୨୪ ବର୍ଷପରେ  ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଏଥର ଦୁହେଁ ଏକାଠି ଫିଲ୍ମରେ ନୁହେଁ ଏକ ଟିଭି ଶୋ’ରେ ନଜର ଆସିବେ।  ସୂଚନା ଅନୁଯାୟୀ, ଦୁହିଁଙ୍କୁ ଏବେ ‘ସୁପର ଡ୍ୟାନ୍ସର ଚାପ୍ଟର-୩’ର ବିଚାରପତି ଆସନରେ ଦେଖିବାକୁ ମିଳିବ।  ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ବଡ଼ ପରଦାରେ ଦୁହିଁଙ୍କ କେମେଷ୍ଟ୍ରି ଖୁବ୍‌ ଜବରଦସ୍ତ ଥିଲା।  ତାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ।

ସୋନୀ ଏଣ୍ଟରଟେନ୍‌ମେଣ୍ଟ୍‌ ଟେଲିଭିଜନ ମୁତାବକ  ଶୋ’ରେ ଏକ ସ୍ୱତନ୍ତ୍ର ଏପିସୋଡ୍‌ରେ  ୧୯୮୦ ଓ ୧୯୯୦ ଦଶକର ହିଟ୍‌ ଗୀତରେ ପରଫର୍ମ କରାଯିବ। ଆଉ ସେହି ଏପିସୋଡ୍‌ରେ ଜୟା ଓ ଜିତେନ୍ଦ୍ର ଜଜ୍‌ ରହିବେ।

ଅଭିନେତ୍ରୀ ଜୟା ଏହି ଶୋ’ କାମ କରିବା ନେଇ ଖୁବ୍‌ ଖୁସି ଅଛନ୍ତି। ନିଜ ପ୍ରତିକ୍ରିୟାରେ ଜୟା କହିଛନ୍ତି, ‘‘ମୁଁ ସୁପର ଡ୍ୟାନ୍ସରର ପ୍ରତିଭାଶାଳୀ ପିଲାଙ୍କୁ ଦେଖି ଖୁବ୍‌ ଉତ୍ସାହିତ ଅଛି। ପିଲାମାନେ ଯେମିତି ନିଜ କଳାକୁ ଦେଖାଉଛନ୍ତି ତାହା ଖୁବ୍‌ ସୁନ୍ଦର ଓ ଅଦ୍‌ଭୁତ।’’

ଅନ୍ୟପଟେ ଜିତେନ୍ଦ୍ର ବି ଶୋ’ର ଅଂଶ ହେବା ନେଇ ଖୁବ୍‌ ଖୁସି ଥିବା କହିଛନ୍ତି। ସେ କହିଛନ୍ତି, ମୋ ନାତି ଲକ୍ଷ ବି ଏହି ସୁପର ଡ୍ୟାନ୍ସର ପ୍ରତିଯୋଗୀଙ୍କ ପରି ଉର୍ଜାବାନ୍‌ ଓ ଉତ୍ସାହୀ।’’

ସୂଚନା ଯୋଗ୍ୟ ଯେ,  ଜୟା ପ୍ରଦା ଓ ଜିତେନ୍ଦ୍ର ୨୪ଟି  ଫିଲ୍ମରେ ଏକାଠି କାମ କରିଛନ୍ତି। ଦୁହିଁଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମ ହେଉଛି  ଥାନେଦାର, ମଜବୁର ଓ ସଞ୍ଜୋଗ।

ଜିତେନ୍ଦ୍ର ହିନ୍ଦୀ ସହ ତାମିଲ୍‌ ଓ ତେଲୁଗୁ ଫିଲ୍ମରେ ଏକାଠି କାମ କରିଛନ୍ତି। ଜିତେନ୍ଦ୍ରଙ୍କୁ ୨୦୦୬ରେ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା।  ଜୟପ୍ରଦାଙ୍କୁ ବି  ସାଉଥ୍‌ ଫିଲନ୍ମ ପାଇଁ  ତିନୋଟି ଫିଲ୍ମ ଫେଆର  ଆୱାର୍ଡ ମିଳିଛି ।  ସେ ତେଲୁଗୁ, ତାମିଲ୍‌, ହିନ୍ଦୀ, କନ୍ନଡ, ମାଲାୟାଲମ୍‌, ବଙ୍ଗଳା ଓ ମରାଠି ଫିଲ୍ମରେ ଅଭିନୟ କରିଛନ୍ତି।

 

 



from Odisha Reporter http://bit.ly/2BzXlqf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages