ରାତିରେ ବର୍ଷା ହେବ, ସତର୍କ କଲା ପାଣିପାଗ କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ରାତିରେ ବର୍ଷା ହେବ, ସତର୍କ କଲା ପାଣିପାଗ କେନ୍ଦ୍ର

rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଭଦ୍ରକ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ଘଡ଼ଘଡ଼ି ମାରିବା ସହିତ ପବନ ବହିଥିଲା। ଫଳରେ ରାଜଧାନୀରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଟ୍ରାଫିକ୍‌ ଜାମ ହୋଇଥିଲା। ଚନ୍ଦ୍ରଶେଖରପୁର ଟ୍ରାଫିକ୍‌ ପୋଷ୍ଟ୍‌ରେ ରାସ୍ତା ଉପରେ ଗଛ ପଡ଼ିଥିଲା। ଯାହାଫଳରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ରାସ୍ତା ଉପରୁ ଗଛ କାଟି ବାହାର କରାଯିବା ପରେ ଗାଡ଼ି ଚଳାଚଳ ସ୍ଵାଭାବିକ ହୋଇଥିଲା।

ଗତ ଦୁଇ ଦିନ ଧରି ଉତ୍ତର ଓଡ଼ିଶାରେ ବର୍ଷା ହେବା ସହିତ କୁଆପଥର ମାଡ଼ ହୋଇଥିଲା। ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି।



from Odisha Reporter https://ift.tt/2Vuy2xF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages