ମୋ ପ୍ରେମକୁ ପାଇବା ପାଇଁ ତାଙ୍କ ଯୋଗ୍ୟତା ନାହିଁ: ନେହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ମୋ ପ୍ରେମକୁ ପାଇବା ପାଇଁ ତାଙ୍କ ଯୋଗ୍ୟତା ନାହିଁ: ନେହା

ମୁମ୍ୱାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର ଓ ହିମାଂଶ୍‌ କୋହଲିଙ୍କର ବ୍ରେକଅପ୍‌ର ଚର୍ଚ୍ଚା କିଛି ଦିନ ଧରି ଜାରି ରହିଛି। ଦୁହେଁ ତାଙ୍କ ସମ୍ପର୍କକୁ କେବେ ମୁହଁ ଖୋଲି ସ୍ୱୀକାର କରି ନ ଥିଲେ ମଧ୍ୟ ବ୍ରେକଅପ୍‌ ପରେ ନେହାଙ୍କର ସତ, ଲୁହ ଆକାରରେ ଲୋକଲୋଚନକୁ ଆସିଥିଲା।

ସୋଶାଲ ମିଡିଆରେ ଦୁହିଁଙ୍କର ଫଟୋ ଅପଲୋଡ୍‌ କରୁଥିବା ନେହା ହିମାଂଶ୍‌ଙ୍କୁ ଅନ୍‌ଫଲୋ କରିଥିଲେ। ନିକଟରେ ନେହା ହିଂମାଶଙ୍କ ଉଦ୍ଦେଶ୍ୟରେ ତେରା ଘାଟା ଗୀତ ଗାଇ ଏଥିରେ ନିଜେ ଅଭିନୟ ମଧ୍ୟ କରିଥିଲେ। ଯାହା ନେହାଙ୍କ ଫ୍ୟାନ୍ସମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।

ନେହାଙ୍କ ପକ୍ଷରୁ ହିମାଂଶ୍‌ଙ୍କ ପାଇଁ ଏହା ଉଚିତ୍‌ ଜବାବ ବୋଲି ଭାବି ଫ୍ୟାନ୍ସମାନେ ଖୁସି ହୋଇଥିଲେ।

ଏକ ଖବର କାଗଜକୁ ନେହା ଦେଇଥିବା ସୂଚନା ଅନୁସାରେ, “ଜୀବନର ସେହି ସମୟ ମୋ ପାଇଁ ବହୁତ କଠିନ ଥିଲା। ହଁ, ମୁଁ ବହୁତ ଦୁଃଖି ଥିଲି ଏବଂ ସମସ୍ତଙ୍କ ସହିତ ରହିବା ମୋ ପାଇଁ କଷ୍ଟ ହେଉଥିଲା। ସେହି ସମୟ ହିଁ ବହୁତ ଖରାପ ଥିଲା। କିନ୍ତୁ ଏବେ ମୁଁ ସେସବୁରୁ ବାହାରି ଆସିଛି। ବର୍ତ୍ତମାନ ମୁଁ କେବଳ ଏତିକି କହିବି ଯେ, ଜୀବନରେ ଏକା ରହିବା ଦୁନିଆର ସବୁଠାରୁ ସୁନ୍ଦର ଭାବନା”
ନେହା ଆହୁରି ମଧ୍ୟ କହିଛନ୍ତି, “ଯେବେ ଆମେ ରିଲେସନ୍‌ସିପ୍‌ରେ ରହିଥିଲୁ, ସେହି ସମୟରେ ମୁଁ ମୋର ପରିବାର ଓ ସାଙ୍ଗସାଥୀଙ୍କୁ ସମୟ ଦେଇପାରୁ ନ ଥିଲି। ମୁଁ ମୋର ସବୁ ସମୟ ଗୋଟିଏ ମଣିଷ ପାଇଁ ଉତ୍ସର୍ଗ କରିଥିଲି, ଯିଏ ମୋର ଏହି ଭଲ ପାଇବାକୁ ପାଇବା ପାଇଁ ଅସଲରେ ଯୋଗ୍ୟ ନୁହେଁ। ସେହି ଗୋଟିଏ ମଣିଷ ପାଇଁ ମୋର ପରିବାର ଭାଇଭଉଣୀଙ୍କ ସହିତ କାଟିବାକୁ ଥିବା ଅନେକ ମୂଲ୍ୟବାନ ସମୟ ମୁଁ ମିସ୍‌ କରିଛି।”

ବର୍ତ୍ତମାନ ନେହାଙ୍କର ‘ଲଡ୍‌କି ଆଁଖ ମାରେ’ ଗୀତଟି ଲୋକପ୍ରିୟ ହେବା ସହିତ ଭାଇରାଲ୍‌ ମଧ୍ୟ ହେଉଛି। ନେହା ମଧ୍ୟ ଏହି ଗୀତରେ ନାଚୁଥିବା ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ନେହାଙ୍କ କହିବା ଅନୁସାରେ, ସେ ଏକ ଖରାପ ସମ୍ପର୍କକୁ ବାହାରି ଆସି ବର୍ତ୍ତମାନ ବହୁତ ଖୁସି ଅଛନ୍ତି।



from Odisha Reporter http://bit.ly/2TFK7zj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages