ଅଷ୍ଟ୍ରେଲିଆ ସିରିଜ୍‌: ଫେରିଲେ ବିରାଟ ଓ ବୁମ୍ରା, ରୋହିତ ଓ ଶିଖରଙ୍କୁ ମିଳିଲାନି ବିଶ୍ରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଅଷ୍ଟ୍ରେଲିଆ ସିରିଜ୍‌: ଫେରିଲେ ବିରାଟ ଓ ବୁମ୍ରା, ରୋହିତ ଓ ଶିଖରଙ୍କୁ ମିଳିଲାନି ବିଶ୍ରାମ

ମୁମ୍ବାଇ: ବିଶ୍ୱକପ୍‌ ପୂର୍ବରୁ ଶେଷ ସୀମିତ ଓଭର ସିରିଜ୍‌ରେ କୌଣସି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବା ସପକ୍ଷରେ ବିସିସିଆଇ ନଥିବା ସ୍ପଷ୍ଟ ହୋଇଯାଇଛି। ମେ’ ୩୦ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଆଜି ବିସିସିଆଇ ଚୟନ କମିଟି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ ପାଇଁ ଖେଳାଳି ଘୋଷଣା କରିଛି।

ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଲେଉଟାଣି ହୋଇଛି। ବିରାଟ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦୁଇ ଦିନିକିଆ ଓ ଟି-୨୦ ସିରିଜ୍‌ରେ ବିଶ୍ରାମ ନେଇଥିଲେ। ସେହିପରି ବୁମ୍ରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇ ନଥିଲେ।

ବିଶ୍ୱକପ୍‌ ପୂର୍ବରୁ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ କେଏଲ୍‌ ରାହୁଲ ଓ ରିଷଭ ପନ୍ତଙ୍କୁ ସାମିଲ କରିଛି। ତେବେ ଏଥିରେ ଅଜିଙ୍କ୍ୟ ରାହଣେ ନାହାନ୍ତି।

ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ରୋହିତ ଶର୍ମା, ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ବିସିସିଆଇ ପୂର୍ଣ୍ଣଚ୍ଛେଦ ଟାଣିଛି।

ଏହି ସିରିଜ୍‌ରେ ସବୁ ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯାଇଛି। ଅବଶ୍ୟ କୁଲଦୀପ ଯାଦବ ଓ ଭୁବନେଶ୍ୱର କୁମାରଙ୍କୁ ଟି-୨୦ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ତେବେ କୁଲଦୀପଙ୍କୁ ୫ଟି ଯାକ ଦିନିକିଆରେ ସାମିଲ କରାଯାଇଥିବା ବେଳେ ଭୁବନେଶ୍ୱର କୁମାର ଅନ୍ତିମ ୩ ଦିନିକିଆରେ ଖେଳିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀନେଶ କାର୍ତ୍ତିକଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରୁ ସଂପୂର୍ଣ୍ଣ ଭାବେ ବାଦ ଦିଆଯାଇଛି।

ଟି-୨୦ରେ ନୂଆଁ ମୁହଁ ଭାବେ ମୟଙ୍କ ମାର୍କଣ୍ଡେଙ୍କୁ ଦଳରେ ସାମିଲ କରାଯାଇଛି। ସେ ଇଣ୍ଡିଆ ଏ ପକ୍ଷରୁ ଖେଳୁଥିବା ବେଳେ ଇଂଲଣ୍ଡ ଲାୟନ୍ସ ବିରୋଧରେ ୫ଟି ୱିକେଟ୍‌ ଦଖଲ କରିଥିଲେ। ଫଳରେ ତାଙ୍କୁ ବିସିସିଆଇ ଜାତୀୟ ଦଳରେ ସ୍ଥାନ ଦେଇଛି।

ଦୀର୍ଘ ଦିନ ହେଲା ଟି-୨୦ ଓ ଦିନିକିଆରୁ ବାଦ ପଡ଼ିଥିବା ଉମେଶ ଯାଦବଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ସ୍ଥାନ ମିଳିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ବେଞ୍ଚରେ ବସିଥିବା କେଦାର ଯାଦବଙ୍କୁ କେବଳ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସ୍କ୍ୱାଡରେ ରଖାଯାଇଛି।

ବାମହାତୀ ସ୍ପିନର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିଶ୍ୱକପରେ ରହିବା ପାଇଁ ଦାବିଦାର ବୋଲି କୁହାଯାଇଥିଲେ ହେଁ ତାଙ୍କ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ସ୍କ୍ୱାଡରୁ ବାଦ ଦେଇଛି।

ମହମ୍ମଦ ସିରାଜଙ୍କ ବଦଳରେ ଏଥର ବିସିସିଆଇ ସିଦ୍ଧାର୍ଥ କୌଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ ଓ ଦିନିକିଆ ସିରିଜ୍‌ର ୨ଟି ଦିନିକିଆ ମ୍ୟାଚ୍‌ ପାଇଁ ଚୟନ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଖଲୀଲ ଅହମ୍ମଦଙ୍କୁ ଅଷ୍ଟ୍ରେଲିଆ ସିରିଜ୍‌କୁ ସଂପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି।

ଟିମ୍‌ ଇଣ୍ଡିଆ ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବ। ଏହାପରେ ୨୭ରେ ଦ୍ୱିତୀୟ ଟି-୨୦ ଖେଳାଯିବ। ସେହିପରି ମାର୍ଚ୍ଚ ୨ରୁ ୧୩ ଯାଏ ୫ଟି ଦିନିକିଆ ଖେଳିବ।

ଟି-୨୦ ସ୍କ୍ୱାଡ: ବିରାଟ୍‌ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, କେଏଲ୍‌ ରାହୁଲ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି(ୱି), ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା,ବିଜୟ ଶଙ୍କର, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ ଓ ମୟଙ୍କ ମାର୍କଣ୍ଡେ ।

ପ୍ରଥମ ଦୁଇ ଦିନିକିଆ ପାଇଁ ସ୍କ୍ୱାଡ: ବିରାଟ୍‌ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, କେଏଲ୍‌ ରାହୁଲ, ରିଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି(ୱି), ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍ରା, ସିଦ୍ଧାର୍ଥ କୌଲ, କେଦାର ଯାଦବ, ଅମ୍ବାତି ରାୟୁଡୁ, ମହମ୍ମଦ ଶାମି ଓ କୁଲଦୀପ ଯାଦବ।

ଅନ୍ତିମ ୩ ଦିନିକିଆ ପାଇଁ ସ୍କ୍ୱାଡ: ବିରାଟ୍‌ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, କେଏଲ୍‌ ରାହୁଲ, ରିଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି(ୱି), ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, କେଦାର ଯାଦବ, ଅମ୍ବାତି ରାୟୁଡୁ, ମହମ୍ମଦ ଶାମି ଓ କୁଲଦୀପ ଯାଦବ।

 



from Odisha Reporter http://bit.ly/2Ecpfui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages