ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ନେତୃତ୍ୱ ନେବେ ମିତାଲି, ଉପ ଅଧିନାୟକ କେହି ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ନେତୃତ୍ୱ ନେବେ ମିତାଲି, ଉପ ଅଧିନାୟକ କେହି ନାହାନ୍ତି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଏହି ସିରିଜ୍‌ରେ ପୁଣିଥରେ ବରିଷ୍ଠ ଖେଳାଳି ମିତାଲି ରାଜ ନେତୃତ୍ୱ ନେବେ। ତେବେ ପ୍ରଥମଥର ପାଇଁ ଏହି ଟିମ୍‌ରେ କୌଣସି ଖେଳାଳିଙ୍କୁ ଉପ ଅଧିନାୟକ କରାଯାଇ ନାହିଁ।

ପୂର୍ବରୁ ଭାରତୀୟ ମହିଳା ଦଳର ଉପ ଅଧିନାୟକ ଭାବେ ହରମନପ୍ରୀତ କୌର କାର୍ଯ୍ୟ କରୁଥିଲେ। ଏଥର ସେ ଟିମ୍‌ରେ ରହିଥିଲେ ହେଁ ଚୟନ କମିଟି ତାଙ୍କୁ ଉପ ଅଧିନାୟକ କରିନାହିଁ। ତେବେ କ’ଣ ପାଇଁ ଟିମ୍‌ରେ କେହି ଉପ ଅଧିନାୟକ ନାହାନ୍ତି, ତାକୁ ନେଇ ବିଭିନ୍ନ ମହଲରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏବେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଛି। ଏଠାରେ ଦଳ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଥିବା ବେଳେ ଟି-୨୦ ସିରିଜ୍‌କୁ ୨-୦ରେ ହାରିଛି। ଆସନ୍ତାକାଲି ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ। ଦିନିକିଆରେ ମିତାଲି ରାଜ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଥିଲେ ହେଁ ତାଙ୍କୁ ଟି-୨୦ରେ ବେଞ୍ଚରେ ବସିବାକୁ ପଡ଼ିଛି।
ଭାରତୀୟ ମହିଳା ଦଳ ମୁମ୍ବାଇଠାରେ ଏହି ଦିନିକିଆ ସିରିଜ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ୨୨ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ୨୫ ଓ ଶେଷ ମ୍ୟାଚଟି ୨୮ ତାରିଖରେ ଖେଳାଯିବ।

ସେହିପରି ଚୟନ କମିଟି ଦିନିକିଆ ୱାର୍ମଅପ୍‌ ମ୍ୟାଚ୍‌ ପାଇଁ ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ସ୍କ୍ୱାଡ୍‌ ମଧ୍ୟ ଘୋଷଣା କରିଛି। ଫେବୃଆରୀରେ ୧୮ରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ନେତୃତ୍ୱ ନେବେ।

ଭାରତୀୟ ମହିଳା ଦଳ: ମିତାଲି ରାଜ(ଅଧିନାୟକ), ଝୁଲନ ଗୋସ୍ୱାମୀ, ସ୍ମୃତି ମନ୍ଧାନା, ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ତନୟା ଭାଟ୍ଟିଆ(ୱି), ଆର କଳ୍ପନା(ୱି), ମୋନା ମେହର୍ଶମ, ଏକତା ବିଷ୍ଟ, ରାଜେଶ୍ୱରୀ ଗାଏକ୍ୱାଏଡ, ପୁନମ ଯାଦବ, ଶିଖା ପାଣ୍ଡେ, ମାନସୀ ଯୋଶୀ ଓ ପୁନମ ରାଉତ।



from Odisha Reporter http://bit.ly/2RN6H7y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages