ବାସି ଖାଦ୍ୟ ଖାଇ ଗଲା ଛାତ୍ରୀଙ୍କ ଜୀବନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ବାସି ଖାଦ୍ୟ ଖାଇ ଗଲା ଛାତ୍ରୀଙ୍କ ଜୀବନ!

ଜଳେଶ୍ୱର(ଅଜିତ କୁମାର ଦାସ): ବାସି ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅସୁସ୍ଥ ହୋଇଛନ୍ତି! ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି। ଏପରି ଖବର ଲୋକ ଲୋଚନକୁ ଆସିବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଭୋଗରାଇ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସେବାଶ୍ରମ ସ୍କୁଲରେ ସରସ୍ୱତୀ ପୂଜା ଆୟୋଜିତ ହୋଇଥିଲା। ସେଦିନର ଭୋଜିରୁ ବଳିଥିବା ଖାଦ୍ୟ ତା’ପର ଦିନ ଅର୍ଥାତ ସୋମବାର ସ୍କୁଲର ଏସ୍‌ସି/ଏସ୍‌ଟି ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନଙ୍କୁ ଖାଇବାକୁ ଦିଆଯାଇଥିଲା। ସେହି ଖାଦ୍ୟ ଖାଇବା ପରେ କେତେକ ଛାତ୍ରୀ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଜଳେଶ୍ୱର ବ୍ଲକ ହାତୀଗଡ଼ ଗାଁର ଝୁମୁରି ହାଁସଦା ନାମକ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଝୁମୁରିଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇ ଜଳେଶ୍ୱର ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଏହି ସେବାଶ୍ରମରେ ନିୟମିତ ବାସି ଖାଦ୍ୟ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2E5SC1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages