ନବମ ଶ୍ରେଣୀ ଛାତ୍ରୀ ୪ ମାସର ଗର୍ଭବତୀ, ମାଟ୍ରନ୍‌ ବହିଷ୍କୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ନବମ ଶ୍ରେଣୀ ଛାତ୍ରୀ ୪ ମାସର ଗର୍ଭବତୀ, ମାଟ୍ରନ୍‌ ବହିଷ୍କୃତ

ଉଦଳା (ମାନସ ପାଣି): ଦୁଇଦିନ ତଳେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ସଂପର୍କରେ ଖବର ଆସିଥିଲା। ଏହି ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଏହାର ପୁନରାବୃତ୍ତି ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଏକ ସେବାଶ୍ରମ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ ୪ ମାସର ଗର୍ଭବତୀ ଥିଲା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଦଳା ଥାନା ଅଞ୍ଚଳରେ ଏକ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ଛାତ୍ରୀ ଜଣକ ଛାତ୍ରୀ ନିବାସରେ ରୁହନ୍ତି। ମଝିରେ ମଝିରେ ଛୁଟି ହେଲେ ଘରକୁ ଯାଆନ୍ତି। ମିଳିଥିବା ଖବର ଅନୁଯାୟୀ, ଘରକୁ ଯାଇଥିବା ବେଳେ ସେ ତାଙ୍କ ଗାଁର ଜଣେ ଯୁବକଙ୍କୁ ମନ ଦେଇବସିଥିଲେ। ଦୁହେଁ ପରସ୍ପରକୁ ଭଲ ପାଉଥିଲା। ଆଉ ଧୀରେ ଧୀରେ ପ୍ରେମ ଶାରୀରିକ ସଂପର୍କ ଆଡ଼କୁ ଗତି କରିଥିଲା। ନାବାଳିକାଙ୍କ ସରଳତାର ସୁଯୋଗ ନେଇ ଯୁବକ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।

ଗତ ଡିସେମ୍ୱର ମାସରେ ଛାତ୍ରୀ ଜଣକ ଛୁଟିରେ ଘରକୁ ଯାଇ ସ୍କୁଲ ଫେରିଥିଲେ। ସ୍କୁଲରେ ପହଞ୍ଚିବା ପରେ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ଏଏନ୍‌ଏମ୍‌ ଆସି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରାଥମିକ ଚିକିତ୍ସାରୁ ଛାତ୍ରୀ ଜଣକ ଗର୍ଭବତୀ ଥିବା ସନ୍ଦେହ କରାଯାଇଥିଲା। ପରେ ତାଙ୍କୁ ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତା’ପରେ ବାରିପଦା ମେଡିକାଲ୍‌ କଲେଜରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ସେ ୪ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା।

ଗତକାଲି ସ୍କୁଲର ପ୍ରଧାନଶିକ୍ଷକ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ସହିତ ତାଙ୍କ ଗାଁର ଜଣେ ଯୁବକ ଶାରୀରିକ ସମ୍ପର୍କ ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲୁରହିଛି।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଛାତ୍ରୀ ନିବାସର ମାଟ୍ରନ୍‌ଙ୍କୁ ବହିଷ୍କାର କରିଛନ୍ତି। ସେହିପରି ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।



from Odisha Reporter http://bit.ly/2teLlWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages