ଦିନେ ତାଜ୍‌ ହୋଟେଲ୍‌ରେ ୱେଟର୍‌ ଥିଲେ ଜ୍ୟାକି ଶରାଫ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଦିନେ ତାଜ୍‌ ହୋଟେଲ୍‌ରେ ୱେଟର୍‌ ଥିଲେ ଜ୍ୟାକି ଶରାଫ୍‌ !

ମୁମ୍ବାଇ: ୮୦ ଦଶକରେ ମୁମ୍ବାଇର ଏକ ବସ୍ତିରୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନଯାତ୍ରା। ଏକ ନୁଅଁଣିଆ ଚାଳ ଘରେ ସ୍ୱପ୍ନ ଦେଖିଥିଲେ ମାୟା ନଗରୀରେ ଛାଇ ଯିବାକୁ। ଆମ ଶେଷରେ ଇଶ୍ୱର ତାଙ୍କ କଥା ରଖିଲେ। ନିଜ ପରିଶ୍ରମ ବଳରେ ବଲିଉଡ୍‌ରେ ତିଆରି କଲେ ନିଜର ଏକ ସ୍ୱତନ୍ତ୍ର ପରିଚୟ। ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଜ୍ୟାକି ଶରାଫ୍‌।

ବଲିଉଡ୍‌ରେ ଜ୍ୟାକିଙ୍କର ପରିଚୟ ଏକ ରୋମାଣ୍ଟିକ୍‌ ହିରୋ ଭାବରେ ରହିଥିଲା। ଯେତେବେଳେ ଫିଲ୍ମ ପରଦାରେ ବଡ଼ ବଡ଼  କଳାକାର ନିଜର ଆଧିପତ୍ୟ ବିସ୍ତାର କରିଥିଲେ, ସେହି ସମୟରେ ଜ୍ୟାକିଙ୍କୁ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ କଠୋର  ପରିଶ୍ରମ କରିବାକୁ ପଡ଼ିଥିଲା। ତାଙ୍କର ପରିଶ୍ରମ ତାଙ୍କୁ ସଫଳ କରାଇବା ସହିତ ବଲିଉଡ୍‌ରେ ଏକ ନୂଆ ନାମ ଦେଇଥିଲା।

ସେ ବଲିଉଡ୍‌ରେ ‘ଜଗୁ ଦାଦା’ ଭାବରେ ପରିଚିତ। ଜ୍ୟାକିଙ୍କ ପାଠପଢ଼ା କଥା କହିଲେ ସେ କେବଳ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।

ଜ୍ୟାକି ଆଜି ତାଙ୍କର ୬୨ତମ ଜନ୍ମଦିନ ପାଳନ କରୁଛନ୍ତି।  ନିଜ ଫିଲ୍ମ କ୍ୟାରିୟର୍‌ରେ ପାଖାପାଖି ୨୫୦ଟି ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ଏବେ ତାଙ୍କ ପୁଅ ଟାଇଗର୍‌ ଶରାଫ୍‌ ମଧ୍ୟ ବଲିଉଡ୍‌ରେ ଜଣେ ଜଣାଶୁଣା କଳାକାର ଭାବେ ପ୍ରତିଷ୍ଠିତ।

ତେବେ ଚାଲନ୍ତୁ ଜ୍ୟାକି ଶରାଫ୍‌ଙ୍କ ଜୀବନ ପୁସ୍ତକରୁ କିଛି ଫର୍ଦ୍ଦ ଓଲଟାଇ ଦେଖିବା।

ଜୀବନ କାହାଣୀ 

ଜ୍ୟାକିଙ୍କ ଜୀବନ କାହାଣୀ କେଉଁ ଚଳଚ୍ଚିତ୍ର କାହାଣୀଠାରୁ କମ୍‌ ନୁହେଁ। ସେ ଯେପରି ଦରିଦ୍ର୍ୟ ଓ ସଂଘର୍ଷ ଭିତରୁ ଆଗକୁ ଆସି ନିଜର ପରିଚୟ ସୃଷ୍ଟି କରିଛନ୍ତି, ତାହା ନିଶ୍ଚିନ୍ତ ଭାବରେ ସମସ୍ତଙ୍କ ପାଇଁ ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ବଲିଉଡ୍‌କୁ ଆସିବା ପୂର୍ବରୁ ଜ୍ୟାକିଙ୍କର ଆର୍ଥିକ ଅବସ୍ଥା ଠିକ୍‌ ନ ଥିଲା। ଏଥିପାଇଁ ସେ ତାଜ୍‌ ହୋଟେଲ୍‌ ୱେଟର୍‌ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ଏୟାର୍‌ ଇଣ୍ତିଆର ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍ ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

ଜ୍ୟାକିଙ୍କର ଅସଲ ନାମ ଜୟ କିଶନ୍‌ କାକୁଭାଇ ଶରାଫ୍‌। କିନ୍ତୁ ପରେ ସେ ଏହାକୁ ପରିବର୍ତ୍ତନ କରି ଜ୍ୟାକି ସରାଫ୍‌ କରିଥିଲେ।

ଜ୍ୟାକି୧୯୮୨ରେ ଦେବାନନ୍ଦଙ୍କ ଫିଲ୍ମ ‘ସ୍ୱାମୀ ଦାଦା’ରୁ ବଲିଉଡ୍‌ରେ ପାଦ ରଖିଥିଲେ।  କିନ୍ତୁ ବଡ଼ ବ୍ରେକ୍‌ ତାଙ୍କୁ ସୁଭାଷ ଘାଇଙ୍କ ଫିଲ୍ମ ‘ହିରୋ’ରୁ ମିଳିଥିଲା।

ଏହି ଫିଲ୍ମ ଜ୍ୟାକିଙ୍କ ଜୀବନ ବଦଳେଇ ଦେଇଥିଲା।  ତାଙ୍କର ପ୍ରଥମ ଫିଲ୍ମ ବ୍ଲକ୍‌ବଷ୍ଟର୍‌ ହିଟ୍‌ ରହିଥିଲା। ଏହା ପରେ ପରେ ନିର୍ମାତା ଓ ନିର୍ଦ୍ଦେଶକଙ୍କର ଭିଡ଼ ତାଙ୍କ ଆଗ ପଛରେ ରହିଥିଲା। ଜ୍ୟାକିଙ୍କୁ ତାଙ୍କ ଫିଲ୍ମରେ ନେବା ପାଇଁ କିଛି ନିର୍ମାତା ଏତେ ଇଚ୍ଛୁକ ଥିଲେ ଯେ, ସେମାନେ ତାଙ୍କ ଘରେ ମଧ୍ୟ ପହଞ୍ଚି ଯାଉଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ।

ସବୁଠାରୁ ଇଣ୍ଟ୍ରେଷ୍ଟିଂ କଥା ହେଉଛି କିଛି ନିର୍ମାତା ଏପରି ଥିଲେ, ଯେଉଁମାନେ ଟଏଲେଟ୍‌ ବାହାରେ ଛିଡ଼ା ହୋଇ ମଧ୍ୟ ଜ୍ୟାକିଙ୍କୁ ନିଜ ଫିଲ୍ମରେ ସାଇନ୍‌ କରିବାକୁ ଅପେକ୍ଷା କରନ୍ତି। ସମସ୍ତଙ୍କର ଗୋଟିଏ ଆଶା ଥିଲା ଯେ, ଜ୍ୟାକି କିପରି ତାଙ୍କ ଫିଲ୍ମରେ କାମ କରିବାକୁ ହଁ କରିଦିଅନ୍ତୁ।

ନିଜ ଫିଲ୍ମ କ୍ୟାରିୟର୍‌ରେ ଜ୍ୟାକି ୩ଟି ଫିଲ୍ମ ଫେଆର୍‌ ଆୱାର୍ଡ ସାଉଁଟିଛନ୍ତି।

ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ମଧ୍ୟ ଜ୍ୟାକି ବସ୍ତିରେ ରହିବା ଛାଡ଼ି ନ ଥିଲେ। ସେ ଅନେକ ଦିନ ଧରି ବସ୍ତିର ସେହି ଚାଳ ଘରେ ରହିଥିଲେ। ତାଙ୍କୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ମଧ୍ୟ ବସ୍ତିକୁ ଯାଉଥିଲେ।

ସେହି ନିର୍ଦ୍ଦେଶକଙ୍କ  ମଧ୍ୟରେ ବିନୋଦ ଚୋପ୍ରା ଓ ମହେସ୍‌ ଭଟ୍ଟ ଭଳି ନିର୍ଦ୍ଦେଶକ ଥିଲେ। ସେହି ବସ୍ତିରେ ମଧ୍ୟ ଜ୍ୟାକି ତାଙ୍କର ଅନେକ ଫିଲ୍ମର ଶୁଟିଂ କରିଛନ୍ତି। ନିର୍ମାତା ଓ ନିର୍ଦ୍ଦେଶକ ସେଠାରେ ଶୁଟିଂ କରିବାକୁ ଚାହୁଁ ନ ଥିଲେ ମଧ୍ୟ ସମୟ ଅଭାବରୁ ତାଙ୍କୁ ଜ୍ୟାକିଙ୍କ  କଥା ମାନିବାକୁ ପଡୁଥିଲା।

 

 

https://www.amarujala.com/photo-gallery/entertainment/bollywood/jackie-shroff-birthday-special-story-he-lived-in-a-chawl-after-become-a-superstar

https://aajtak.intoday.in/gallery/jackie-shroff-birthday-special-unknown-fact-about-jaggu-dada-film-and-personal-life-tmov-4-30336.html



from Odisha Reporter http://bit.ly/2t1uV3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages