ଦୀର୍ଘ ୨୯ ମାସ ପରେ ନ୍ୟୁଜିଲ୍ୟାଣ୍ଡଠାରୁ ସିରିଜ୍‌ ହାରିଛି ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଦୀର୍ଘ ୨୯ ମାସ ପରେ ନ୍ୟୁଜିଲ୍ୟାଣ୍ଡଠାରୁ ସିରିଜ୍‌ ହାରିଛି ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆର ସବୁ ସ୍ୱପ୍ନ ଅଧା ରହି ଯାଇଛି। କାରଣ ଘରୋଇ ନ୍ୟୁଜିଲ୍ୟାଣ୍ତ ଟିମ୍‌ ଇଣ୍ଡିଆକୁ ନିର୍ଣ୍ଣାୟକ ଟି-୨୦ରେ ମାତ୍ର ୪ ରନ୍‌ରେ ପରାସ୍ତ କରିଦେଇଛି। ଏହି ବିଜୟ ସହ କିୱି ଟିମ୍‌ ଭାରତ ଠାରୁ ଦିନିକିଆ ସିରିଜ୍‌ର ପରାଜୟର ବଦଲା ମଧ୍ୟ ନେଇପାରିଛି।

ତେବେ ଟିମ୍‌ ଇଣ୍ଡିଆ ଦୀର୍ଘ ୨୯ ମାସ ପରେ ନ୍ୟୁଜିଲ୍ୟାଣ୍ଡଠାରୁ କୌଣସି ସିରିଜ୍‌ ହାରିଛି। ଏହି ୨୯ ମାସ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ୍‌ ହୋଇଥିଲା। ସବୁ ସିରିଜ୍‌ ଟିମ୍‌ ଇଣ୍ଡିଆ ନିଜ ନାଁରେ କରିବାକୁ ସକ୍ଷମ ହୋଇଥିଲା। ହେଲେ ଏହି ୨୯ ମାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମେ ୨୦୧୬ ସେପ୍ଟେମ୍ବର ମାସରେ ଟେଷ୍ଟ ସିରିଜ୍‌ ହୋଇଥିଲା। ଏହି ସିରିଜ୍‌କୁ ଟିମ୍‌ ଇଣ୍ଡିଆ ୩-୦ରେ କବଜା କରିଥିଲା। ସେବେଠାରୁ ଆଜି ମଧ୍ୟରେ ଟେଷ୍ଟ, ଦିନିକିଆ ଓ ଟି-୨୦ର ୬ଟି ସିରିଜ୍‌ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ୫ଟି ସିରିଜ୍ ଜିତିଥିଲା। ଗତକାଲି ନ୍ୟୁଜିଲ୍ୟାଣ୍ଡ ଶେଷ ଟି-୨୦ ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିଛି।

 କେବେ                        କେଉଁଠି         ଫଳାଫଳ                     ଫର୍ମାଟ
୨୨ ସେପ୍ଟେମ୍ବର ୨୦୧୬     ଭାରତ        ୩-୦ରେ ଭାରତ ବିଜୟୀ       ଟେଷ୍ଟ
୧୬ ଅକ୍ଟୋବର ୨୦୧୬      ଭାରତ        ୩-୨ରେ ଭାରତ ବିଜୟୀ     ଦିନିକିଆ
୨୨ ଅକ୍ଟୋବର ୨୦୧୭     ଭାରତ        ଭାରତ ୨-୧ରେ ବିଜୟୀ      ଦିନିକିଆ
୧ ନଭେମ୍ବର ୨୦୧୭        ଭାରତ         ୨-୧ରେ ଭାରତ ବିଜୟୀ       ଟି-୨୦
୨୩ ଜାନୁଆରୀ ୨୦୧୯    ନ୍ୟୁଜିଲ୍ୟାଣ୍ଡ     ୪-୧ରେ ଭାରତ ବିଜୟୀ       ଦିନିକିଆ
୬ ଫେବୃଆରୀ ୨୦୧୬     ନ୍ୟୁଜିଲ୍ୟାଣ୍ଡ     ୨-୧ରେ ନ୍ୟୁଜିଲ୍ୟାଣ୍ଡ ବିଜୟୀ    ଟି-୨୦



from Odisha Reporter http://bit.ly/2TI45cX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages