ହଜି ଯାଇଛି କି ରୋହିତ ଶର୍ମାଙ୍କ ଜର୍ସି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ହଜି ଯାଇଛି କି ରୋହିତ ଶର୍ମାଙ୍କ ଜର୍ସି?

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତର ଅଧିନାୟକତ୍ୱ କରୁଥିବା ରୋହିତ ଶର୍ମାଙ୍କ ଜର୍ସିକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ କରିଛି। ରୋହିତ ସର୍ବଦା ୪୫ ନଂର ଜର୍ସି ପରିଧାନ କରନ୍ତି।

ହେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ରୋହିତ ଆଉ କାହାର ଜର୍ସି ପିନ୍ଧି ପଡ଼ିଆକୁ ଆସିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଏବେ ସୋଶାଲ୍‌ ମିଡିଆରେ ଅନେକ ଲୋକ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି। ସୋଶାଲ୍‌ ମିଡିଆ ବ୍ୟବହାରକାରୀ ନିଜ ନିଜ ଇଚ୍ଛା ଅନୁସାରେ ମତାମତ ଦେବା ଆରମ୍ଭ କରିଛନ୍ତି।

କିଛି ଲୋକ ରୋହିତ ଶର୍ମା ପ୍ରଥମ ଟି-୨୦ରେ ରନ୍‌ କରିପାରି ନଥିବାରୁ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଏଭଳି ଜର୍ସି ନମ୍ବର ବଦଳାଇ ପଡ଼ିଆକୁ ଓହ୍ଲାଇଥିବା ମତ ଦେଇଛନ୍ତି। ଆଉ କେହି ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ ଟି-୨୦ ସିରିଜ୍‌ ଜିତିବାକୁ ରୋହିତ ଏଭଳି କରିଥିଲେ ବୋଲି କହିଛନ୍ତି। ରୋହିତଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ୪୫ ନଂର ଜର୍ସି ନ ଦେବାରୁ ସେ ଏଭଳି ଅଲଗା ଅଲଗା ନମ୍ବରର ଜର୍ସି ପିନ୍ଧିଥିବା କହିଛନ୍ତି।

ଦ୍ୱିତୀୟ ଟି-୨୦ରେ ରୋହିତ ଶର୍ମା ୫୯ ନମ୍ବରର ଜର୍ସି ପିନ୍ଧି ଥିଲେ। ଏଥିରେ ନାଁ ଉପରେ ପ୍ୟାଚ୍‌ ପଡ଼ିଥିଲା। ଏହି ଜର୍ସି ନମ୍ବରଟି ବିଜୟ ଶଙ୍କରଙ୍କ ନାଁରେ ରହିଥିଲା। ସେହିପରି ତୃତୀୟ ଟି-୨୦ରେ ରୋହିତ ୩୩ ନମ୍ବରର ଜର୍ସି ପିନ୍ଧିଥିଲେ। ଏହା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜର୍ସିର ନମ୍ବର ଥିଲା।



from Odisha Reporter http://bit.ly/2GlQMfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages