ଫେବ୍ରୁଆରୀ ଲଭଷ୍ଟୋରୀ: ୧୪ରେ ନିକାହ, ୧୧ରେ ଅଲ୍‌ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଫେବ୍ରୁଆରୀ ଲଭଷ୍ଟୋରୀ: ୧୪ରେ ନିକାହ, ୧୧ରେ ଅଲ୍‌ବିଦା

meena

ମୁମ୍ବାଇ: ଜୀବନରେ ପ୍ରେମ ହୁଏ। ଥରେ ଅଧେ, ସମସ୍ତେ ଏମିତି ସ୍ଥିତିରେ ପଡନ୍ତି। କେହି ସଫଳ ହୁଅନ୍ତି ତ କେହି ବିଫଳ। କିନ୍ତୁ ଏମିତି ଅନେକ ପ୍ରେମୀ ଯୁଗଳ ଅଛନ୍ତି ଯେଉଁମାନେ ଦୁନିଆର ପରୱା ନ କରି ନିଜ ପ୍ରେମ ପରୱାନାକୁ ଆଗକୁ ନେଇଯାଆନ୍ତି। ଆମେ ଆଜି ସେମିତି ଜଣେ ପ୍ରେମୀଯୁଗଳଙ୍କ କଥା କହିବୁ। ସେ ହେଉଛନ୍ତି ନିର୍ଦ୍ଦେଶକ କମାଲ୍‌ ଅମ୍‌ରେହୀ ଓ ଅଭିନେତ୍ରୀ ମୀନା କୁମାରୀ।

ଖୁବ୍‌ ଶକ୍ତ ସ୍ୱଭାବର ମଣିଷ ଥିଲେ କମାଲ୍‌। ସେ ନିଜ କ୍ୟାରିଅରରେ ୫ଟି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। କମାଲ୍‌ ମୁଗ୍‌ଲେ ଆଜମ୍‌ର ଡାଇଲଗ୍‌ ବି ଲେଖିଥିଲେ। ଆଉ ପ୍ରେମରେ ଥିଲେ ଖୁବ୍‌ ପକ୍କା।

କମାଲ୍‌ ଅମରୋହୀ ଓ ମୀନା କୁମାରୀଙ୍କ ପ୍ରେମ କାହାଣୀ ଥିଲା ଖୁବ୍‌ ଚର୍ଚ୍ଚିତ । ମୀନା କୁମାରୀ ୭ ବର୍ଷ ବୟସରୁ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। କମାଲ୍ ସେ ସମୟରେ ତାଙ୍କ ପ୍ରତି ଖୁବ୍‌ ପ୍ରଭାବିତ ଥିଲେ। ସେ ତାଙ୍କୁ ତାଙ୍କ ଫିଲ୍ମ ‘ଅନାର କଲୀ’ରେ ନେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଶକ୍ତ ସ୍ୱଭାବ କାରଣରୁ ମୀନା ତାଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ।

କିନ୍ତୁ ବାପାଙ୍କ ଚାପରୁ ମୀନାଙ୍କୁ ସେହି ଫିଲ୍ମ କରିବାକୁ ପଡ଼ିଥିଲା। କିନ୍ତୁ ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ମୀନାଙ୍କ ଦୁର୍ଘଟଣା ହୁଏ। ମୀନା ଫିଲ୍ମରେ ସିନା ଅଭିନୟ କରି ପାରି ନ ଥିଲେ କିନ୍ତୁ  କମାଲ୍ ମୀନାଙ୍କୁ ହସ୍ପିଟାଲ୍‌ ଦେଖିବାକୁ ଯାଇ ତାଙ୍କର ପୂରା ଦିୱାନା ହୋଇଯାଇଥିଲେ। ମୀନା କୁମାରୀ ବି ତାଙ୍କ ପ୍ରେମକୁ ସ୍ୱୀକାର କରିଥିଲେ। କିନ୍ତୁ ଦୁହିଁଙ୍କ ବାହାଘର ହେବା ଖୁବ୍‌ କଷ୍ଟକର ଥିଲା। କାହିଁକିନା କମାଲ୍‌ ପୂର୍ବରୁ ବିବାହିତ ଥିଲେ। ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ମଜବୁତ୍‌ ହୋଇଯାଇଥିଲା ଯେ, ସେମାନେ ବିବାହ ନ କରି ରହିପାରିଲେ ନାହିଁ।

ମୀନାଙ୍କ ବାପା ଏହି ବିବାହକୁ ବିରୋଧ କରୁଥିଲେ। ତେଣୁ କମାଲ୍‌ଙ୍କ ବନ୍ଧୁ ମୀନାଙ୍କୁ ଏହି କଥା କହି ରାଜି କରେଇଲେ ଯେ, ସେମାନେ ଏବେ ବିବାହ କରିନିଅନ୍ତୁ ପରେ ସମୟ ସୁବିଧା ଦେଖି ବାପାଙ୍କୁ ଜଣେଇ ଦେବେ। ଫେବ୍ରୁୟାରୀ ୧୪, ୧୯୫୨ରେ ଦୁହେଁ ବିବାହ କରିଥିଲେ। ଦୁହିଁଙ୍କ ବାହାଘରର କାହାଣୀ ବି ଖୁବ୍‌ ଚିତାକର୍ଷକ। ୨ ଘଣ୍ଟା ଭିତରେ ଦୁହିଁଙ୍କ ନିକ୍‌ହା ହୋଇଥିଲା।

କଥା ହେଉଛି ମୀନାଙ୍କୁ ସେତେବେଳେ ଖୁବ୍‌ କଟକଣା ଭିତରେ ରଖା ଯାଉଥିଲା। ଆଉ ଦୁର୍ଘଟଣା ଯୋଗୁ ମୀନାଙ୍କର ଗୋଟିଏ କ୍ଲିନିକ୍‌ରେ ଫିଜିଓଥେରାପି ଚାଲିଥିଲା ସେଠାକୁ ତାଙ୍କ ବାପା ଅଲ୍ଲୀ ବକ୍ସ ପ୍ରତିଦିନ ରାତି ୮ଟାରେ ତାଙ୍କ ଭଉଣୀ ମଧୁଙ୍କ ସହ ଛାଡ଼ି ଯାଆନ୍ତି। ଆଉ ୧୦ ଟାରେ ନେବାକୁ ଆସନ୍ତି। ସେହି ଦୁଇ ଘଣ୍ଟାରେ ୪-୫ ଜଣଙ୍କ ଉପସ୍ଥିତିରେ  ଦୁହିଁଙ୍କ ବାହାଘର ହୋଇଯାଇଥିଲା।

କମାଲ ଓ ମୀନାଙ୍କ ବାହାଘରକୁ ଦୁହିଁଙ୍କ ପରିବାର ଲୋକ କେବେ ସ୍ୱୀକୀର କରି ନ ଥିଲେ। ଏଥିରେ ବ୍ୟତିବ୍ୟସ୍ଥ କମାଲ୍‌ ମୀନାଙ୍କୁ ଏହାକୁ ଏକ ଦୁର୍ଘଟଣା ଭାବି ଭୁଲିଯିବା ଏକ ଚିଠିରେ ଜଣାଇଥିଲେ। ଉତ୍ତରରେ ମୀନା କହିଥିଲ ସେ ତାଙ୍କୁ କେବେ ବୁଝିପାରିଲେନି, ନା ଆଗକୁ ପାରିବେ। ତେଣୁ ଭଲ ହବ ସେ ତାଙ୍କୁ ଛାଡ଼ପତ୍ର ଦେଇ ଦିଅନ୍ତୁ ।

କୁହାଯାଏ ଯେ, ମୀନାଙ୍କ ଲୋକପ୍ରିୟତା ଦେଖି କମାଲ୍‌ ସହିପାରୁ ନ ଥିଲେ। ତେଣୁ ଦୁହିଁଙ୍କ ସମ୍ପର୍କରେ ମତାନ୍ତର ସୃଷ୍ଟି ହୋଇଥିଲା। ମାର୍ଚ୍ଚ ୩୧,୧୯୭୨ରେ ମୀନାଙ୍କ ମୃତ୍ୟୁ ହୋଇଥିଲା। ଆଉ ୧୯୯୩ ଫେବୃଆରୀ ୧୧ରେ ଆରପାରିକୁ ଚାଲି ଯାଇଥିଲେ କମାଲ୍‌।

 

 



from Odisha Reporter http://bit.ly/2I6evli

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages