“ମୋଦିଙ୍କ ଫଟୋଶୁଟ୍‌ ପୁଲ୍‌ୱାମା ଆକ୍ରମଣ ପୂର୍ବରୁ ହୋଇଥିଲା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

“ମୋଦିଙ୍କ ଫଟୋଶୁଟ୍‌ ପୁଲ୍‌ୱାମା ଆକ୍ରମଣ ପୂର୍ବରୁ ହୋଇଥିଲା”

ନୂଆଦିଲ୍ଲୀ:ଫେବୃଆରୀ ୧୪ ତାରିଖରେ ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ହମଲା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଟୋଶୁଟ୍‌ରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ପକ୍ଷରୁ କୁହାଯାଇଛି ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର, କାରଣ ଏହି ଫଟୋଗୁଡ଼ିକ ସକାଳେ ହିଁ ଉଠାଯାଇଥିଲା।

ବିଜେପି ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରି କୁହାଯାଇଛି, “ରାହୁଲଙ୍କ ଫେକ୍‌ ନ୍ୟୁଜ୍‌ରେ ଲୋକେ ବିବ୍ରତ ହୋଇପଡ଼ିଲେଣି। ସକାଳର ଫଟୋକୁ ସନ୍ଧ୍ୟାର କହି ଦେଶବାସୀଙ୍କୁ ଆଉ ଦିଗଭ୍ରଷ୍ଟ କରନାହିଁ। ଆରଥରକୁ କିଛି ଭଲ ପ୍ରୟାସ କର, ଯେଉଁଥିରେ ବୀର ଯବାନଙ୍କ ବଳିଦାନକୁ ଯୋଡ଼ାଯାଇନଥିବ।”


ଏହା ପୂର୍ବରୁ ରାହୁଲ ଅଭିଯୋଗ କରି କହିଥିଲେ, ପୁଲ୍‌ୱାମାରେ ୪୦ ଜଣ ଯବାନଙ୍କ ବଳିଦାନ ବାବଦରେ ଖବର ଆସିବାର ୩ ଘଣ୍ଟା ପରେ ମଧ୍ୟ ପ୍ରାଇମ୍‌ଟାଇମ୍‌ ମିନିଷ୍ଟର ମୋଦି ଫିଲ୍ମ ଶୁଟିଂ କରୁଥିଲେ। ଦେଶର ହୃଦୟରେ ଏବଂ ସହିଦଙ୍କ ଘରେ ହୃଦୟଥରା ପରିବେଶ ସୃଷ୍ଟି ହୋଇଥିବାବେଳେ ମୋଦି ହସି ହସି ଫଟୋ ଉଠାଉଥିଲେ। ରାହୁଲ ତାଙ୍କ ଟ୍ୱିଟ୍‌ ସହିତ ମୋଦିଙ୍କର କିଛି ଫଟୋ ମଧ୍ୟ ଯୋଡ଼ିଥିଲେ, ଯେଉଁଥିରେ ମୋଦି ଡଙ୍ଗାରେ ବୁଲୁଥିବାର ନଜର ଆସିଥିଲେ। ବିଜେପି ଏହି ସବୁ ଫଟୋ ସକାଳର ବୋଲି କହିଛି।



from Odisha Reporter https://ift.tt/2GF6pP2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages