ଫଡ଼ନାଭିସଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆନ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଫଡ଼ନାଭିସଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆନ୍ନା

ରାଲେଗାଓଁ ସିଦ୍ଧି: ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଗତ ୭ ଦିନ ହେଲା ଆମରଣ ଅନଶନ କରୁଥିବା ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ଆଜି ତାଙ୍କ ଅନଶନ ଭାଙ୍ଗିଛନ୍ତି। ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଆନ୍ଦୋଳନରତ ଆନ୍ନାଙ୍କୁ ଭେଟିବା ସହ ଅନଶନ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ।

ଫଡ଼ନାଭିସ୍‌ ଆସନ୍ତା ୧୩ ତାରିଖରେ ଲୋକପାଳ ଓ ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ନା ଅନଶନ ଭାଙ୍ଗିଥିଲେ। ଆନ୍ନାଙ୍କୁ ନିଜେ ଫଡ଼ନାଭିସ୍‌ ପାଣି ପିଆଇ ଅନଶନ ଭାଙ୍ଗିବାରେ ସହାୟତା କରିଥିଲେ।

ଆନ୍ନା କହିଛନ୍ତି,“ ମୋର ପ୍ରମୁଖ ଦାବି ଲୋକାୟୁକ୍ତ ଗଠନ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍‌ ୧୩ ତାରିଖରେ ନିଷ୍ପତ୍ତି ନେବେ। ଲୋକାୟୁକ୍ତ ପାଇଁ ଆସନ୍ତା ୧୩ରେ ଏକ ଯୁଗ୍ମ କମିଟି ଗଠନ ହେବ।

ଏହାପରେ ଆସନ୍ତା ମହାରାଷ୍ଟ୍ର ବିଧାନସଭା ଅଧିବେଶନ ବେଳେ ଏକ ଆଇନ୍‌ ପ୍ରଣୟନ ହେବ। ତାଙ୍କ ସହ ଆଲୋଚନା କରି ମୁଁ ବହୁତ ଖୁସି। ତେଣୁ ମୁଁ ଆନ୍ଦୋଳନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।”

ଆନ୍ନା ଜାନୁଆରୀ ୩୦ରୁ ଆନ୍ଦୋଳନ କରୁଥିବା ବେଳେ ଆଜି ଯାଏ କେନ୍ଦ୍ର ସରକାର କିମ୍ବା ମହାରାଷ୍ଟ୍ର ସରକାର କେହି ତାଙ୍କୁ ଗୁରୁତ୍ୱ ଦେଇ ନଥିଲେ। ଫଡ଼ନାଭିସ୍‌ଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ, ସୁଭାଷ ଭାମରେ ଏବଂ ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ଉପସ୍ଥିତ ରହିଥିଲେ।



from Odisha Reporter http://bit.ly/2UFGiu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages