ଅଭିନନ୍ଦନଙ୍କ ବିରୋଧରେ ପାକ୍‌ ପିଟିସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଅଭିନନ୍ଦନଙ୍କ ବିରୋଧରେ ପାକ୍‌ ପିଟିସନ୍‌

ଇସ୍‌ଲାମାବାଦ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଆଜି ଭାରତକୁ ହସ୍ତାନ୍ତର କରିଛି। ତେବେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ଆଜି ପାକିସ୍ତାନର ଜଣେ ନାଗରିକ ଇସ୍‌ଲାମାବାଦ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ।

ସେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସୀମା ଉଲ୍ଲଙ୍ଘନ କରିଥିଲେ। ଏହା ଏକ ଅପରାଧ। ଏହି ଅପରାଧର ଶୁଣାଣି ବା ବିଚାର ଇସ୍‌ଲାମାବାଦରେ ହେବା ଦରକାର। କୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ଜଣାପଡ଼ିନି। ତେବେ ପାକିସ୍ତାନ ଅପରାହ୍ନରେ ଅଭିନନ୍ଦନଙ୍କୁ ଛାଡ଼ି ଦେଇଥିବାରୁ ଏହି ଆବେଦନ ଆପେଆପେ କାଟ୍‌ ଖାଇବ ବୋଲି ଜଣାପଡ଼ିଛି।

ଅଭିନନ୍ଦନ ବୁଧବାର ପାକ୍ ଯୁଦ୍ଧ ବିମାନକୁ ଗୁଳି କରି ଖସାଇବା ପରେ ପାକ ସେନାର ପାଲଟା ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସେ ପିଓକେରେ ଓହ୍ଲାଇବା ପରେ ତାଙ୍କୁ ପାକ୍‌ ସେନା ଗିରଫ କରିଥିଲା।



from Odisha Reporter https://ift.tt/2IKpelM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages