
ଲକ୍ଷ୍ନୌ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବାରୁ ଠିକ୍ ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବ କି ନାହିଁ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଆଜି ମୁଖ୍ୟ ନିର୍ବାଚନ କମିଶନର(ସିଇସି)ସୁନୀଲ ଅରୋରା ଏହି ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି, ନିର୍ବାଚନ ଯେଉଁ ସମୟରେ ହେବା କଥା ହେବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ।
ଶ୍ରୀ ଅରୋରା ନିର୍ବାଚନୀ କାର୍ଯ୍ୟର ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆସିଛନ୍ତି। ନିର୍ବାଚନ କେବେ ହେବ ବୋଲି ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ଏକଥା କହିଛନ୍ତି। ସେ କହିଛନ୍ତ, “ଦେଶରେ ନିର୍ବାଚନ ଠିକ୍ ସମୟରେ ହେବ। ଏଥିରେ ପରିବର୍ତ୍ତନ ହେବାର କୌଣସି କାରଣ ନାହିଁ। ନୂଆ ବିଜ୍ଞପ୍ତି ଅନୁସାରେ ଏଥର ପ୍ରାର୍ଥୀମାନଙ୍କୁ ଭାରତରେ ଥିବା ସମ୍ପତ୍ତି ବ୍ୟତୀତ ସେମାନଙ୍କର ବିଦେଶରେ ଥିବା ସମ୍ପତ୍ତି ତାଲିକା ମଧ୍ୟ ଦେବାକୁ ପଡ଼ିବ।”
from Odisha Reporter https://ift.tt/2GTwN7F
No comments:
Post a Comment