ଏୟାର ଷ୍ଟ୍ରାଇକ୍‌ରେ କିଛି କ୍ଷତି ହୋଇ ନଥିବା ଦାବି କଲା ରୟଟର୍ସ! ଛାଡ଼ିଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଏୟାର ଷ୍ଟ୍ରାଇକ୍‌ରେ କିଛି କ୍ଷତି ହୋଇ ନଥିବା ଦାବି କଲା ରୟଟର୍ସ! ଛାଡ଼ିଲା ଫଟୋ

ୱାଶିଂଟନ୍‌: ପାକିସ୍ତାନର ଭାଷା କହିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଥମରୁ ପ୍ରଶ୍ନ ଉଠାଇ ଚାଲିଥିବା ରୟଟର୍ସ ଆଜି ପ୍ରଥମଥର ପାଇଁ ଘଟଣା ସ୍ଥଳର ସ୍ୟାଟେଲାଇଟ୍‌ ଛବିକୁ ସାର୍ବଜନୀନ କରିଛି। ଏଥିରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ବାଲାକୋଟ ସ୍ଥିତ ଜୈଶ କ୍ୟାମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଏହି ସଂସ୍ଥା ଦାବି କରିଛି।

ରୟଟର୍ସ ପକ୍ଷରୁ ଏକ ଘରୋଇ ସ୍ୟାଟେଲାଇଟ୍‌ ଅପରେଟର କମ୍ପାନୀ ‘ପ୍ଲାନେଟ୍‌ ଲ୍ୟାବ୍ସ’ ଉଠାଇଥିବା ଛବିକୁ ନେଇ ଭାରତର ଏୟାର ଷ୍ଟ୍ରାଇକ୍‌ ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି। ଏହି କମ୍ପାନୀଟି ସ୍ୟାଟେଲାଇଟ୍‌ ଜରିଆରେ ଆକାଶ ମାର୍ଗରୁ ଭୂପୃଷ୍ଠର ଛବି ଉଠାଇ ଥାଏ। ରୟଟର୍ସ ଆଜି ଯେଉଁ ଛବି ଜାରି କରିଛି, ତାହା ମାର୍ଚ୍ଚ ୪ ବୋଲି କୁହାଯାଉଛି।

ଏଥିରେ କୁହାଯାଇଛି, ଭାରତୀୟ ବାୟୁସେନା ଯେଉଁ ମଦ୍ରାସା ବା ତଥାକଥିତ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଦାବି କରୁଛି, ୬ ଦିନ ପରେ ମଧ୍ୟ ଏଠାରେ କୌଣସି କ୍ଷୟକ୍ଷତି ହୋଇନାହିଁ।  ମଦ୍ରାସର ଛାତରେ ବୋମା ପଡ଼ିବା ପରେ ମଧ୍ୟ ଏହା କଣା ହୋଇ ନାହିଁ। ସେହିପରି ବୋମା ମାଡ଼ ପରେ ମଧ୍ୟ କାନ୍ଥ ଭାଙ୍ଗିନାହିଁ। ଭାରତୀୟ ବାୟୁସେନାର ତଥାକଥିତ ବୋମା ବର୍ଷଣ ପରେ ମଧ୍ୟ ମଦ୍ରାସାଟି ସୁରକ୍ଷିତ ରହିଛି। ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ୨୦୧୮ ଏପ୍ରିଲ ମାସରେ ଏହି ସ୍ଥାନର ଫଟୋ ଉଠା ଯାଇଥିଲା। ଏୟାର ଷ୍ଟ୍ରାଇକ୍‌ ପରେ ମଧ୍ୟ ଯେଉଁ ଫଟୋ ଉଠିଛି, ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଅର୍ଥାତ ରୟଟର୍ସ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିନାହିଁ ବୋଲି ପରୋକ୍ଷରେ କହିବାକୁ ଚେଷ୍ଟା କରିଛି।

ଅନ୍ୟପକ୍ଷରେ ନ୍ୟୁଜ ୱେବସାଇଟ୍‌ ଦି ପ୍ରିଣ୍ଟର ଏକ ରିପୋର୍ଟ ମୁତାବକ ଭାରତର ଏୟାର ଷ୍ଟ୍ରାଇକ୍‌ରେ ଜୈଶ କ୍ୟାମ୍ପ ନଷ୍ଟ ହୋଇଥିବା ସ୍ୟାଟେଲାଇଟ୍ ଛବିରୁ ଜଣାପଡ଼ିଥିବା ଦାବି କରାଯାଇଛି। ଭାରତର ଏୟାର ଷ୍ଟ୍ରାଇକ୍‌ରେ ଜୈଶ କ୍ୟାମ୍ପ କ୍ଷତି ହୋଇଛି ସତ କିନ୍ତୁ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା କହିବା ଭୁଲ। ପ୍ରିଣ୍ଟ ଯେଉଁ ସ୍ୟାଟେଲାଇଟ୍‌ ଛବିକୁ ବ୍ୟବହାର କରି ଏକଥା କହିଛି, ରୟଟର୍ସ କିନ୍ତୁ ସେହି ଛବିକୁ ବ୍ୟବହାର କରି ଭିନ୍ନ କଥା କହିଛି।



from Odisha Reporter https://ift.tt/2Ul66vO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages