ଅଷ୍ଟ୍ରେଲିଆ ପାଇଁ ଅନ୍‌ଲକି ଷ୍ଟୋଇନିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଅଷ୍ଟ୍ରେଲିଆ ପାଇଁ ଅନ୍‌ଲକି ଷ୍ଟୋଇନିସ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମଙ୍ଗଳବାର ଖେଳାଯାଇଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚରେ ଭାରତ ୮ ରନରେ ବିଜୟ ହାସଲ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ୪୦ତମ ଶତକ ବଳରେ ୨୫୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ଟିମ୍ ଟାର୍ଗେଟ୍ ନିକଟତର ହେବା ସତ୍ତ୍ୱେ ଶେଷ ଓଭରରେ ୨୪୨ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ସର୍ବାଧିକ ୫୨ ରନ୍ କରିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ । ଯଦି ଆମେ ରେକର୍ଡ ପୃଷ୍ଠାକୁ ଓଲଟାଇ ଦେଖିବା, ତାହେଲେ ଷ୍ଟୋଇନିସ୍ ଅଷ୍ଟ୍ରେଲିଆ ପାଇଁ ସର୍ବଦା ଅନଲକି ରହିଆସିଛନ୍ତି । ଏହା ତାଙ୍କ ରେକର୍ଡ କହୁଛି ।

ଷ୍ଟୋଇନିସ୍ ଅନ୍ତର୍ଜାତୀୟ ଦିନିକିଆରେ ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ମାରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେତେବେଳେ ବି ସେ ୫୦ରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି, ସେତେବେଳେ ତାଙ୍କ ଦଳ ପରାଜୟର ସାମ୍ନା କରିଛି ।

୨୦୧୭ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ସେ ୧୪୬ ରନର ଦମଦାର ଇନିଂସ୍ ଖେଳିଥିଲେ । କିନ୍ତୁ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୬ ରନରେ ହାରିଯାଇଥିଲା । ନ୍ୟୁଜିଲ୍ୟାଣ୍ଡର ୨୮୬ ରନ୍ ଜବାବରେ ଅଷ୍ଟ୍ରେଲିଆ ୨୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ନାଗପୁର ଦିନିକିଆକୁ ମିଶାଇ ଷ୍ଟୋଇନିସ୍ ଏପର୍ଯ୍ୟନ୍ତ ୭ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ପ୍ରତିଥର ଅଷ୍ଟ୍ରେଲିଆ ହାରିଛି ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ଙ୍କ ନାମରେ ମଧ୍ୟ ଏହି ବିରଳ ରେକର୍ଡ ରହିଛି । ଷ୍ଟିଭ୍ ୧୮ଥର ୫୦ରୁ ଊର୍ଦ୍ଧ୍ୱ ରନ୍ କରିଥିବା ମ୍ୟାଚରେ ଅଷ୍ଟ୍ରେଲିଆ ପରାଜୟର ମୁହଁ ଦେଖିଛି । ତେବେ ଏହି ମାମଲାରେ ସଚିନ ତେନ୍ଦୁଲକର ସବୁଠାରୁ ଆଗରେ ଅଛନ୍ତି । ସଚିନ୍ ୧୪୫ଥର ୫୦ରୁ ଊର୍ଦ୍ଧ୍ୱ ରନ୍ କରିଥିବା ମ୍ୟାଚରେ ଭାରତ ହାରିଛି । ସଚିନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୪୯ ଶତକ ମାରିଛନ୍ତି, ଯେଉଁଥିରେ ଭାରତ ୩୩ଟିରେ ବିଜୟୀ ହୋଇଛି ।

ଦେଖନ୍ତୁ ରେକର୍ଡ

ଷ୍ଟୋଇନିସଙ୍କ ୫୦ରୁ ଊର୍ଦ୍ଧ୍ୱ ରନ୍
୧୪୬* ବନାମ ନ୍ୟୁଜିଲ୍ୟାଣ୍ଡ୍, ୨୦୧୭ (ଅଷ୍ଟ୍ରେଲିଆ ୬ ରନରେ ପରାସ୍ତ)
୬୨* ବନାମ ଭାରତ, ୨୦୧୭ (ଅଷ୍ଟ୍ରେଲିଆ ୫୦ ରନରେ ପରାସ୍ତ)
୬୦ ବନାମ ଇଂଲଣ୍ଡ, ୨୦୧୮ (ଅଷ୍ଟ୍ରେଲିଆ ୫ ରନରେ ପରାସ୍ତ)
୫୬ ବନାମ ଇଂଲଣ୍ଡ, ୨୦୧୮ (ଅଷ୍ଟ୍ରେଲିଆ ୧୬ ରନରେ ପରାସ୍ତ)
୮୭ ବନାମ ଇଂଲଣ୍ଡ, ୨୦୧୮ (ଅଷ୍ଟ୍ରେଲିଆ ୧୨ ରନରେ ପରାସ୍ତ)
୬୩ ବନାମ ଦକ୍ଷିଣ ଆଫ୍ରିକା, ୨୦୧୮ (ଅଷ୍ଟ୍ରେଲିଆ ୪୦ ରନରେ ପରାସ୍ତ)
୫୨ ବନାମ ଭାରତ, ୨୦୧୯ (ଅଷ୍ଟ୍ରେଲିଆ ୮ ରନରେ ପରାସ୍ତ)



from Odisha Reporter https://ift.tt/2XD7YSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages