ଲୋକପାଳ ନିଯୁକ୍ତି: କେନ୍ଦ୍ରକୁ ୧୦ ଦିନ ସମୟ ଦେଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଲୋକପାଳ ନିଯୁକ୍ତି: କେନ୍ଦ୍ରକୁ ୧୦ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ ସିଲେକସନ କମିଟି କେବେ ବସିବ, ତା’ର ଉତ୍ତର ୧୦ ଦିନ ମଧ୍ୟରେ ଜଣାଇବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ପ୍ରସଙ୍ଗରେ ଶୁଣାଣି ବେଳେ ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ ପ୍ରସ୍ତାବିତ ଲୋକପାଳ ଅଧ୍ୟକ୍ଷଙ୍କ ନାଁ ସାର୍ବଜନୀନ କରିବାକୁ ଯେଉଁ ଆବେଦନ କରିଥିଲେ, ତା’କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଲୋକପାଳ ନିଯୁକ୍ତି ପାଇଁ ଗଠନ ହୋଇଥିବା ସର୍ଚ୍ଚ ପ୍ୟାନେଲ ସେମାନଙ୍କ ପ୍ରସ୍ତାବ ଦେଇ ସାରିଛନ୍ତି। ଏଥିରେ ଥିବା ନାମ ଗୁଡ଼ିକୁ ଫେବୃଆରୀ ୨୮ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାରଙ୍କ ପାଖକୁ ପଠା ଯାଇଛି।

ଏହି ସମୟରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ କେଉଁମାନଙ୍କ ନାଁ ସରକାରଙ୍କ ପାଖକୁ ଯାଇଛି, ତାହାକୁ ସାର୍ବଜନୀନ କରାଯିବା ଦରକାର। ତେବେ ଏହା ଉପରେ ପ୍ରଶ୍ନ ଉଠାଇ ଜଷ୍ଟିସ୍‌ ଗୋଗୋଇ କହିଥିଲେ, “ ଆପଣ ଭଲ କାମ କରିଛନ୍ତି। ହେଲେ ସବୁ କଥାରେ ଗୋଟିଏ ସୀମା ଥାଏ। ସେହି ସୀମାରେ ଆମକୁ ଅଟକିବାକୁ ପଡ଼େ। ପ୍ରସ୍ତାବିତ ନାଁ ଗୁଡ଼ିକ ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଛି ବୋଲି ଆମେ ଭାବୁନୁ।”

ଜଷ୍ଟିସ୍‌ ଗୋଗୋଇ ଆଟର୍ଣ୍ଣି ଜେନେରାଲ୍‌ ଭେନୁଗୋପାଲଙ୍କୁ ପଚାରିଥିଲେ ଯେ ସିଲେକ୍ସନ୍‌ ପ୍ୟାନେଲରେ କେଉଁ ବିରୋଧୀ ଦଳର ନେତା ରହିଛନ୍ତି। କାରଣ କାହାକୁ ଏଥିପାଇଁ ମାନ୍ୟତା ମିଳିନାହିଁ। ଏହାର ଜବାବରେ ଭେନୁଗୋପାଲ କହିଥିଲେ, ପ୍ରୋଟୋକଲ ଅନୁଯାୟୀ, ସର୍ବାଧିକ ଆସନ ହାସଲ କରିଥିବା ପ୍ରଥମ ବିରୋଧୀ ଦଳର ନେତା ହିଁ ଏହି ସିଲେକ୍ସନ୍‌ କମିଟିରେ ବିରୋଧୀ ଦଳର ମାନ୍ୟତା ପାଇବେ। ପୂର୍ବରୁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସମାନ ନୀତି ଆପଣା ଯାଇଥିଲା।

ଜଷ୍ଟିସ୍‌ ଗୋଗୋଇ କହିଥିଲେ, ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ବେଳେ ଏକକ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ହାଇପାୱାର ସିଲେକ୍ସନ କମିଟିରେ ସାମିଲ କରାଯିବାର ସଂଶୋଧିତ ଆଇନ୍‌ ରହିଛି। ହେଲେ ଲୋକପାଳ ବୈଠକରେ ବିରୋଧୀ ଦଳ ନେତା ଭାବେ ସେ(ମଲ୍ଲିକାର୍ଜୁନ୍‌ ଖାଡ଼ଗେ) କେମିତି ସାମିଲ ହେବେ? ଉତ୍ତରରେ ଏଜି ଭେନୁଗୋପାଲ ଶ୍ରୀ ଖାଡ଼ଗେ ସାମିଲ ହୋଇପାରିବେ ବୋଲି କହିଥିଲେ।

ଏହାପରେ ସୁପ୍ରିମକୋର୍ଟ ଆସନ୍ତା ୧୦ ଦିନ ମଧ୍ୟରେ ଲୋକପାଳ ନିଯୁକ୍ତି ପାଇଁ ସିଲେକ୍ସନ କମିଟି କେବେ ବସିବ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2tUI9Qn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages