ରଣକ୍ଷେତ୍ର ପାଲଟିଲା ବେଦାନ୍ତ ପ୍ଲାଣ୍ଟ ପରିସର: ଦୁଇ ମୃତ, ୧୪୪ ଧାରା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ରଣକ୍ଷେତ୍ର ପାଲଟିଲା ବେଦାନ୍ତ ପ୍ଲାଣ୍ଟ ପରିସର: ଦୁଇ ମୃତ, ୧୪୪ ଧାରା ଜାରି

ଭବାନୀପାଟଣା/କଲ୍ୟାଣସିଂହପୁର(ରାଜ କୁମାର ସିଂହଦେଓ/ମାଉଡି ବାରିକ): ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ପ୍ଲାଣ୍ଟରେ ଆଜି ତୁମୁଳକାଣ୍ଡ ଘଟିଛି। ମୁହାଁମୁହିଁ ହୋଇଛନ୍ତି ଠିକା କର୍ମଚାରୀ ଓ କମ୍ପାନୀ ସୁରକ୍ଷାକର୍ମୀ। ଉତ୍ତ୍ୟକ୍ତ ଲୋକେ ପ୍ଲାଣ୍ଟ ପରିସରକୁ ଧସେଇ ପଶିବା ପରେ ସଂଘର୍ଷ ଘଟିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ଅନେକ ଆହତ ହୋଇଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, ନୂଆ ନିଯୁକ୍ତି ଓ ପ୍ଲାଣ୍ଟ ପରିସରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ଠିକା କର୍ମଚାରୀଙ୍କ ପିଲାଙ୍କ ଆଡମିଶନ ଦାବିରେ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଠିକା କର୍ମଚାରୀମାନେ ଗେଟ୍ ଆଗରେ ଧାରଣାରେ ବସିଥିଲେ। ଏଥିରେ ବେଦାନ୍ତ ଆଲୁମିନା ପାଇଁ ବିସ୍ଥାପିତ ହୋଇଥିବା ତିନି ଖଣ୍ଡ ଗାଁର ଲୋକେ ସାମିଲ୍‌ ହୋଇଥିଲେ। ପରେ ଆନ୍ଦୋଳନରତ ଲୋକ ଓ ଠିକା କର୍ମଚାରୀମାନେ କାରଖାନା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ମାତ୍ର ସେମାନଙ୍କୁ କମ୍ପାନୀର ସୁରକ୍ଷାକର୍ମୀମାନେ ବାଧା ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ସୁରକ୍ଷା କର୍ମୀମାନେ ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା। ଫଳରେ ଠିକା କର୍ମଚାରୀ ଦିନା ପାତ୍ରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସର ହାବିଲଦାର ସୁଜିତ କୁମାର ମିଞ୍ଜଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଲାଞ୍ଜିଗଡ଼ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ବରିଷ୍ଠ ପୁଲିସ ଅଧିକାରୀ ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ ଓ ଜଣଙ୍କୁ ଚାକିରି ଦେବା ପାଇଁ ଠିକା କର୍ମଚାରୀ ଦାବି କରିଛନ୍ତି। ଏହାକୁ ନେଇ ପ୍ଲାଣ୍ଟ ପରିସରରେ ଉତ୍ତେଜନା ଲାଗି ରହିଛି। ସ୍ଥିତିକୁ ଦେଖି ସେଠାରେ ୧୪୪ ଧାରା ଲାଗି କରାଯାଇଛି। ଉପଯୁକ୍ତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିସନାଲ ଏସ୍‌ପି ଗୋପିନାଥ ମଣିପାତ୍ର କହିଛନ୍ତି।

କେତେବେଳେ ପରିବେଶ ନିୟମ ଉଲ୍ଲଙ୍ଘନ ତ ଆଉ କେତେବେଳେ କଞ୍ଚାମାଲ ଅଭାବ। ବିଭିନ୍ନ କାରଣକୁ ନେଇ ସବୁ ବେଳେ ବିବାଦରେ ରହିଆସିଛି ବେଦାନ୍ତ। ଆଜି ସେଥିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଲାଞ୍ଜିଗଡ଼ରେ ଘଟିଥିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ସେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି-“ପ୍ରତିବାଦ କରିବା ଲୋକଙ୍କ ଅଧିକାର। ଆଉ ସୁରକ୍ଷା ଯୋଗାଇଦେବା ସରକାରଙ୍କ ଦାୟିତ୍ୱ। ସାଧାରଣ ଲୋକଙ୍କ ପ୍ରତିବାଦର ସ୍ୱରକୁ ଦବେଇଦେବାରେ ବନ୍ଧୁକ ମାଧ୍ୟମ ନୁହେଁ। ଶିଳ୍ପ ପରିସରରେ ଶ୍ରମିକମାନେ ନିଜ ଅଧିକାର ପାଇଁ ପ୍ରତିବାଦ କରୁଥିବା ବେଳେ କମ୍ପାନୀ ଗୁଣ୍ଡାମାନେ ଆକ୍ରମଣ କରୁଥିବା ବେଳେ ପୁଲିସ ପ୍ରଶାସନ କେଉଁଠି ଥିଲା? ଆନ୍ଦୋଳନ ଆରମ୍ଭରୁ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାର କଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିପାରିଲେ ନାହିଁ? ଆଜିର ଘଟଣା ରାଜ୍ୟର ଆଇନ୍‌ଶୃଙ୍ଖଳା ପରସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଥିବା ପ୍ରମାଣିତ କରୁଛି। ଏପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଚୁପ୍‌ କିପରି ବସିଛନ୍ତି?”



from Odisha Reporter https://ift.tt/2Y65m03

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages