ବାପାଙ୍କ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି: ସୁନୀତା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ବାପାଙ୍କ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି: ସୁନୀତା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଗତ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ। ଆଜି ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ବିଜେଡିରୁ ଟିକେଟ ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ସେ ଭାରି ଖୁସିଥିବା କହିଛନ୍ତି।

ଏହି ଅବସରରେ ଓଟିଭିକୁ ସାକ୍ଷାତକାର ଦେଇ ସୁନୀତା କହିଛନ୍ତି , “ମୋ ଉପରେ ଦଳର ସୁପ୍ରିମୋ ଭରସା କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ନବୀନ ପଟ୍ଟନାୟକ ଚାହୁଁଥିଲେ ମୁଁ ସେଠାରୁ ଏମପି ପ୍ରାର୍ଥୀ ହୁଏ ବୋଲି। ଲୋକଙ୍କ ସମର୍ଥନ ରହିଛି। ସୁନ୍ଦରଗଡ଼ର ଯାହା ସମସ୍ୟା ଅଛି ଏବଂ କେନ୍ଦ୍ର ଯାହା କିଛି ଅବହଳା କରିଛି, ତାକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା  କରିବି।”

ବର୍ତ୍ତମାନ ସେଠାରେ ବିଜେପିର ଜୁଏଲ ଓରାମ ସାଂସଦ ଅଛନ୍ତି। ତେଣୁ ଲଢ଼େଇ ଘମାଘୋଟ ହେବ ଓ ଏହାକୁ କେମିତି ସାମ୍ନା କରିବେ ବୋଲି ପ୍ରଶ୍ନର ଉତ୍ତରରେ ସୁନୀତା କହିଛନ୍ତି,” ସେଥିପାଇଁ ପ୍ରସ୍ତୁତ ଅଛି। ଆଉ ସାହସ ବାନ୍ଧି ଆଗକୁ ବଢ଼ିଛି। ଏକ ସାୟରୀକୁ ଉଦ୍ଧାର କରି ସେ କହିଛନ୍ତି, ‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍‌ ଭୀ ଉତନୀ ଶାନଦାର ହୋଗୀ’।

ଯଦି ବାପା ଆପଣଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହୋଇ ଛିଡ଼ା ହୋଇପାରନ୍ତି। ସେଥିପାଇଁ ଆପଣ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସୁନୀତା କହିଛନ୍ତି, “ନିଶ୍ଚୟ, ଅଣ୍ଟା ଭିଡ଼ିଛି ଯେତେବେଳେ ଲଢ଼େଇ କରିବାକୁ ପଡ଼ିବ। ଯଦି ସେମିତି ହୁଏ ସେ ଲଢ଼େଇ ଅଧିକ ମଜାଦାର ହେବ।”

ସୂଚନା ଅନୁଯାୟୀ, ସୁନୀତା ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ। ଏମିତିକି ଆଗାମୀ ନିର୍ବାଚନରେ ସେ ସୁନ୍ଦରଗଡ଼ ଆସନରୁ କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିଥିଲେ। ହେଲେ ହଠାତ୍‌ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ। କଂଗ୍ରେସ ସହିତ ତାଙ୍କର କୌଣସି ସମସ୍ୟା ନଥିଲା। ନବୀନଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ବିଜେଡିରେ ଯୋଗ ଦେଇଥିଲେ ବୋଲି ସୁନିତା କହିଥିଲେ।



from Odisha Reporter https://ift.tt/2TaThms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages