
ପାଣାଜି: ଶେଷରେ ଦୁଇ ସହଯୋଗୀ ଦଳ ସହ ଗୋଆରେ ଶାସକ ବିଜେପିର ବୁଝାମଣା ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ବିଜେପିର ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ଓ ଦୁଇ ସହଯୋଗୀ ଦଳ (ଜିଏଫପି ଓ ଏମଜିପି)ରୁ ଦୁଇ ବିଧାୟକ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ଥିର ହୋଇଛି। ଆଜି ରାତିରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ନେଇପାରନ୍ତି ବୋଲି ସୂଚନା ରହିଛି।
ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ସରକାରର ସହଯୋଗୀ ଦଳ କଂଗ୍ରେସକୁ ସମର୍ଥନ କରୁଥିବା କଂଗ୍ରେସ କହିଥିଲା। ଏଥିସହ ବିଧାନସଭାରେ ମୋଟ ୩୬ ବିଧାୟକ ଥିବାରୁ ୧୪ ବିଧାୟକଙ୍କ ସହ କଂଗ୍ରେସ ହିଁ ସବୁଠାରୁ ବୃହତ ଦଳ ବୋଲି ଦର୍ଶାଇ ସରକାର ଗଢ଼ିବାକୁ କଂଗ୍ରେସ ଦାବି କରିଥିଲା।
ସୂଚନାଯୋଗ୍ୟ, ମୋଟ ୪୦ ବିଧାନସଭା ଆସନରୁ ୩ ଜଣ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ପାରିକର ଓ ଅନ୍ୟ ଜଣେ ବିଜେପି ବିଧାୟକଙ୍କ ଦେହାନ୍ତ ହୋଇଯିବା ପରେ ମୋଟ ବିଧାୟକ ସଂଖ୍ୟା ୩୬ରେ ପହଞ୍ଚିଛି। ସରକାର ଗଢ଼ିବା ପାଇଁ ଏବେ ମ୍ୟାଜିକ ନମ୍ବର ହେଉଛି ୧୯। ବିଜେପି ପାଖରେ ୧୧ ବିଧାୟକ ରହିଥିବାବେଳେ ଜିଏଫପି ଓ ଏମଜିପି ପାଖରେ ୩ଟି ଓ ଏନ୍ସିପି ପାଖରେ ଗୋଟିଏ ଆସନ ରହିଛି। ଏହା ଛଡ଼ା ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି।
from Odisha Reporter https://ift.tt/2JuWEF4
No comments:
Post a Comment