ବିରାଟଙ୍କ ଶତକ ସତ୍ତ୍ୱେ ହାରିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ବିରାଟଙ୍କ ଶତକ ସତ୍ତ୍ୱେ ହାରିଲା ଭାରତ

ରାଞ୍ଚି: ଅଧିନାୟକ ବିରାଟ କୋହଲି (୧୨୩)ଙ୍କ ଲଢୁଆ ଶତକୀୟ ଇନିଂସ୍ ସତ୍ତ୍ୱେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୩୨ ରନରେ ପରାସ୍ତ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତ ଏବେବି ୨-୧ରେ ଆଗୁଆ ରହିଛି। ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉସମାନ ଖ୍ୱାଜା (୧୦୪)ଙ୍କ ଶତକ ଓ ଆରୋନ୍ ଫିଞ୍ଚ (୯୩)ଙ୍କ ଦମଦାର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୩ ରନ୍ କରିଥିଲା। ଜବାବରେ ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୮୧ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ବିରାଟ ୧୨୩ (୯୫ ବଲ୍, ୧୬ ଚୌକା, ୧ ଛକା) ରନର ଲଢୁଆ ଇନିଂସ୍ ଖେଳିଛନ୍ତି।

୩୧୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ୨୭ ରନରେ ଭାରତର ଶୀର୍ଷ ତିନି ୱିକେଟ୍ ନେଇ ଅଷ୍ଟ୍ରେଲିଆ ବୋଲରମାନେ ଦୃଢ଼ ଆରମ୍ଭ କରିଥିଲେ। ଘରୋଇ ଦଳର ଦୁଇ ଓପ୍ନର ରୋହିତ ଶର୍ମା (୧୪) ଓ ଶିଖର ଧୱନ୍ (୧) ଏବଂ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବାତି ରାୟୁଡୁ (୨) କ୍ରମାଗତ ତୃତୀୟଥର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଫଳସ୍ୱରୂପ ସବୁ ଭାର ପୁଣିଥରେ କୋହଲିଙ୍କ ଉପରକୁ ଚାଲିଆସିଥିଲା। କୋହଲି ଆକର୍ଷଣୀୟ ବ୍ୟାଟିଂ କରି କ୍ୟାରିୟରର ୪୧ତମ ଶତକ ହାସଲ କରିଥିଲେ। କିନ୍ତୁ ତାଙ୍କୁ ସାଥୀ ଖେଳାଳିମାନେ ଆବଶ୍ୟକ ମୁତାବକ ସହଯୋଗ କରିନଥିଲେ।

ଚତୁର୍ଥ ୱିକେଟ ପାଇଁ ଧୋନି ଓ ବିରାଟଙ୍କ ମଧ୍ୟରେ ୬୧ ରନର ଭାଗୀଦାରୀ ହୋଇଥିଲା। ଧୋନି ୨୬ ରନ୍ କରି ଜାମ୍ପାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କେଦାର ଯାଦବ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇ ମାତ୍ର ୨୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କିନ୍ତୁ ବିରାଟ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଶତକ ପରେ ବିରାଟ ଦ୍ରୁତ ରନ୍ ସଂଗ୍ରହ କରିବା ପ୍ରୟାସରେ ଜାମ୍ପାଙ୍କ ବଲରେ ବୋଲ୍ଡ ହୋଇଥିଲେ। ବିଜୟ ଶଙ୍କର ପୁଣିଥରେ ନିଜ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ସେ ୩୦ ବଲରେ ୩୨ ରନ୍ କରି ନେଥନ ଲିଅନଙ୍କ ଶିକାର ହୋଇଥିଲେ। ଏହା ପରେ ରବୀନ୍ଦ୍ର ଜାଡେଜା (୨୪), କୁଲଦୀପ ଯାଦବ (୧୦) ଓ ମହମ୍ମଦ ସାମି (୮) ଶେଷ ପର୍ଯ୍ୟନ୍ତ ଲଢିଥିଲେ ହେଁ, ଭାରତକୁ ଜିତାଇ ପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା, ପ୍ୟାଟ୍ କମିନ୍ସ ଓ ଝାଇ ରିଚାର୍ଡସନ୍ ୩ଟି ଲେଖାଏ ୱିକେଟ ନେଇଥିଲେ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ଓପ୍ନର ଫିଞ୍ଚ୍ ଓ ଖ୍ୱାଜା। ଦୁହେଁ ଆରମ୍ଭରୁ ଭାରତର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢତାର ସହ ସାମ୍ନା କରିଥିଲେ। ୧୭ତମ ଓଭରରେ ଦୁହେଁ ଦଳର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଫିଞ୍ଚ୍ ୫୧ ବଲରେ ଏବଂ ଖ୍ୱାଜା ୫୬ ବଲରେ ମଧ୍ୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତ ଅଧିନାୟକ କୋହଲି ସବୁ ରଣନୀତି ଆପଣାଇଥିଲେ ହେଁ ଏଥିରେ ସଫଳ ହୋଇନଥିଲେ। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ସ୍ପିନ୍ ବୋଲିଂ ମଧ୍ୟ ଏହି ଯୋଡ଼ିଙ୍କ ବ୍ୟାଟିଂ ଉପରେ କିଛି ପ୍ରଭାବ ପକାଇପାରି ନଥିଲା। ଏହିପରି ଭାବେ ଦୁହେଁ ନିଜ ନିଜର ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। କିନ୍ତୁ ଦଳର ସ୍କୋର ୧୯୩ ଥିବା ବେଳେ ଫିଞ୍ଚଙ୍କୁ ଏଲବିଡବ୍ଲ୍ୟୁ କରି କୁଲଦୀପ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫିଞ୍ଚ୍ ୯୯ ବଲରେ ୧୦ ଚୌକା ଓ ୩ ଛକା ସହ ୯୩ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦେଖାଇଥିଲେ। ଖ୍ୱାଜା ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ ପୂରଣ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମହମ୍ମଦ ସାମି ଆଉଟ୍ କରିଥିଲେ।

ଖ୍ୱାଜା ନିଜ ଇନିଂସରେ ୧୧୩ ବଲର ସାମ୍ନାର କରି ୧୧ ଚୌକା ଓ ୧ ଛକା ମାରିଥିଲେ । ମ୍ୟାକ୍ସୱେଲ ମାତ୍ର ୩୧ ବଲରେ ୩ ଚୌକା ଓ ୩ ଛକା ସହ ଦ୍ରୁତ ୪୭ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏହା ପରେ ଲଗାତାର ଦୁଇଟି ୱିକେଟ୍ ହରାଇବା ଦ୍ୱାରା ଅଷ୍ଟ୍ରେଲିଆର ରନରେ ଅଙ୍କୁଶ ଲାଗିଥିଲା। ଶନ୍ ମାର୍ଶ (୭) ଓ ପିଟର୍ ହ୍ୟାଣ୍ଡସ୍କମ୍ବ (୦) କୁଲଦୀପ ନିଜର ଶିକାର ବନାଇଥିଲେ। ତେବେ ମାର୍କସ ଷ୍ଟୋଇନିସ ଓ ଆଲେକ୍ସ କ୍ୟାରି ଷଷ୍ଠ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ି ଦଳର ସ୍କୋରକୁ ୩୧୩ ରନରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ କୁଲଦୀପ ୩ଟି ଓ ସାମି ଗୋଟିଏ ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2To0C77

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages