ମହିଳାଙ୍କୁ ସଶକ୍ତ କରିବାର ବାର୍ତ୍ତା ନେଇ ସବୁଠି ପାଳନ କରାଗଲା ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ମହିଳାଙ୍କୁ ସଶକ୍ତ କରିବାର ବାର୍ତ୍ତା ନେଇ ସବୁଠି ପାଳନ କରାଗଲା ଉତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କୁ ସଶକ୍ତ କରିବା ପାଇଁ ସାରା ବିଶ୍ୱ ପାଳନ କରିଛି ଏହି ଦିନ। ଏନେଇ ଭୁବନେଶ୍ୱରରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି।

ମହିଳା ଅବଳା ନୁହେଁ କି ଦୁର୍ବଳା ନୁହେଁ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ସନ୍ତୋଷିନୀ ଦେଓ। କେନ୍ଦୁଝରର ସନ୍ତୋଷିନୀ ବହୁ ତାଡନା ସହି ନିଜ ଗୋଡ଼ରେ ଛିଡ଼ା ହୋଇ ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସମାଜର ଶିକୁଳି ଛିଡ଼ାଇ ଚାରି କାନ୍ଥ ଡେଇଁ ଅଟୋ ଚଲାଇ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି।
ପ୍ରଥମେ କେନ୍ଦୁଝରରେ ସନ୍ତୋଷିନୀ ଅଟୋ ଚଲାଇବା ଆରମ୍ଭ କରିଥିଲେ। ମାତ୍ର ସେଠାରେ ତାଙ୍କ ପେଶାକୁ ଗ୍ରହଣ କରିନଥିଲା ସମାଜ। ଫଳରେ ଭୁବନେଶ୍ୱର ଚାଲି ଆସି ଏଠି ସେ ନିଜକୁ ସଫଳ କରିପାରିଛନ୍ତି।
ସେହିପରି ନିଜକୁ ଦୁର୍ବଳ ମନେ ନକରି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନୀ ପାଟ୍ଟଶାଣୀ ମିଶ୍ର।
ସେପଟେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚରେ ‘ସୁଶ୍ରୀ’ ଅନୁଷ୍ଠାନ ପକ୍ଷରୁ ଏକକ ନୃତ୍ୟ ଓ କୁନି ପିଲାଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ମହିଳା ଦିବସ ଅବସରରେ ଏକ ଅରୋମିରା ପ୍ରି ସ୍କୁଲ ପକ୍ଷରୁ ମହିଳାମାନଙ୍କୁ ନେଇ ଏକ ଝୋଟି ଚିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୫୦ରୁ ଅଧିକ ମହିଳା ଯୋଗଦେଇ ସୁନ୍ଦର ସୁନ୍ଦର ଝୋଟି ଚିତା କରି ମହିଳା ଦିବସ ଅବସରରେ ଏକ ଭିନ୍ନ ସନ୍ଦେଶ ଦେଇଥିଲେ। ଏହାକୁ ଆନ୍ତର୍ଜାତୀୟ ସ୍ୟାଣ୍ଡ ଆନିମେଟର ମାନସ ସାହୁ, ଜାତୀୟସ୍ତରୀୟ ପଟ୍ଟଚିତ୍ର ଶିଳ୍ପୀ ପଙ୍କଜ ବେହେରା ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ସମ୍ମାନୀତ କରିଥିଲେ।



from Odisha Reporter https://ift.tt/2Tn52LJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages