
ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନୟନତାରାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଡିଏମକେ ନେତା ତଥା ଅଭିନେତା ରାଧା ରବିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାଧା ରବିଙ୍କୁ ଏଥିପାଇଁ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।
‘କୋଲାୟୁଥିର କଲାମ’ ଫିଲ୍ମର ରିଲିଜ୍ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଧା ରବି ଯୋଗ ଦେଇଥିଲେ। ଏହି ସମୟରେ ସେ ନୟନତାରାଙ୍କୁ ଟାର୍ଗେଟ କରି ଅରୁଚିକର ମନ୍ତବ୍ୟ ଦେଇଥିଲେ।
ନୟନତାରା ଉଭୟ ଭୂତ ଓ ମା’ ସୀତାଙ୍କ ଭଳି ଚରିତ୍ରରେ ଅଭିନୟ କରିଥିବାରୁ ଏହାକୁ ରାଧା ରବି ନାପସନ୍ଦ କରି କହିଥିଲେ, “ପୂର୍ବରୁ ଆମେ କେଆର ବିଜୟାଙ୍କ ଭଳି ଅଭିନେତ୍ରୀଙ୍କୁ ଭଗବାନଙ୍କ ଚରିତ୍ରରେ ଦେଖୁଥିଲୁ। କିନ୍ତୁ ଏବେ ଯେ କୌଣସି ଅଭିନେତ୍ରୀ ଭଗବାନଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେଇଯାଉଛନ୍ତି। ଏଭଳି ଚରିତ୍ରକୁ କିଏ କ’ଣ କହିବ ଏବଂ ଆପଣ କ’ଣ ଏଭଳି ଅଭିନେତ୍ରୀଙ୍କୁ ପୂଜା କରିପାରିବେ? ସେମାନଙ୍କୁ ଜଣେ କ’ଣ ଡାକିବ?”
ରାଧା ରବିଙ୍କ ଏଭଳି ମନ୍ତବ୍ୟକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନା କରାଯାଇଥିଲା। ଏହାପରେ ଏମକେ ଷ୍ଟାଲିନ୍ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
from Odisha Reporter https://ift.tt/2TwjWu9
No comments:
Post a Comment