ଆଇସିୟୁରେ ରୋଗୀଙ୍କୁ ଗଣଦୁଷ୍କର୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଆଇସିୟୁରେ ରୋଗୀଙ୍କୁ ଗଣଦୁଷ୍କର୍ମ!

ମୀରଟ: ଉତ୍ତର ପ୍ରଦେଶର ମୀରଟଠାରେ ଥିବା ଏକ ହସ୍ପିଟାଲ୍‌ରେ ଏକ ଭୟଙ୍କର ଘଟଣା ଘଟିଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣେ ମହିଳାଙ୍କୁ ହସ୍ପିଟାଲ୍‌ର କିଛି କର୍ମଚାରୀ ଆଇସିୟୁ ମଧ୍ୟରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାରେ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

ବରିଷ୍ଠ ପୁଲିସ୍‌ ଅଧିକାରୀ ହରିମୋହନ ସିଂହ କହିଛନ୍ତି, “ ରବିବାର ମହିଳା ଜଣଙ୍କ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ହସ୍ପିଟାଲ୍‌ର କର୍ମଚାରୀମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପ୍ରଥମେ ମହିଳା ଜଣଙ୍କୁ ଆଇସିୟୁରେ ଏକ ଇଞ୍ଜେକସନ୍‌ ଦିଆଯାଇ ଅଚେତ୍‌ କରିଦିଆଯାଇଥିଲା। ଏହାପରେ ତାଙ୍କୁ ୩ ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଆମେ ଏହି ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛୁ।”

ପୁଲିସ୍‌ ଆଇସିୟୁରେ ଲାଗିଥିବା ସିସିଟିଭକୁ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଘଟଣା ସମୟରେ ବନ୍ଦ ଥିବା ଜଣାପଡ଼ିଛି। ପୁଲିସ୍‌ ଏବେ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2YnoXsw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages