
କରାଚି: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଆର୍ମି ଟୋପି ପିନ୍ଧି ମ୍ୟାଚ୍ ଖେଳିଥିବାରୁ ପାକିସ୍ତାନ ସରକାର ଏହା ଉପରେ ଆପତ୍ତି ଉଠାଇଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ସମ୍ମାନାର୍ଥେ ବିସିସିଆଇ ଓ ଟିମ୍ ଇଣ୍ଡିଆର ସଦସ୍ୟମାନେ ଏଭଳି ଟୋପି ପିନ୍ଧିବା ସହ ମ୍ୟାଚ୍ ଫି’କୁ ମଧ୍ୟ ସେନା ରିଲିଫ୍ ଫଣ୍ଡଙ୍କୁ ଦେଇଛନ୍ତି।
ହେଲେ ସେନା ପ୍ରତି ଟିମ୍ ଇଣ୍ଡିଆର ସମ୍ମାନକୁ ପାକିସ୍ତାନ ହଜମ କରାପାରିନାହିଁ। ପାକିସ୍ତାନ ସରକାର ଏହା ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଦାବି କରିଛନ୍ତି।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି କହିଛନ୍ତି, ଭାରତ କ୍ରିକେଟ୍କୁ ରାଜନୀତି କରଣ କରୁଛି। କ୍ରିକେଟ୍ର ଜେଣ୍ଟିଲମ୍ୟାନ୍ଙ୍କ ଗେମ୍ ହୋଇଥିବା ବେଳେ ବିସିସିଆଇ ତାକୁ ଏଭଳି ବ୍ୟବହାର କରିବା ଠିକ୍ ନୁହେଁ। ଆଇସିସି ତୁରନ୍ତ ଏହି ଘଟଣାକୁ ବିଚାରକୁ ନେଇ ବିସିସିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
ସମଗ୍ର ବିଶ୍ୱ ଦେଖିଛି ଯେ ଟିମ୍ ଇଣ୍ଡିଆର ସଦସ୍ୟମାନେ ସେନା ବାହିନୀର ଟୋପି ପିନ୍ଧି ମ୍ୟାଚ୍ ଖେଳୁଥିଲେ। କ’ଣ ଆଇସିସି ଏହାକୁ ଦେଖିନାହିଁ? ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ପ୍ରସଙ୍ଗ ଉଠାଇବା ପୂର୍ବରୁ ଆଇସିସି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।”
ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଟିମ୍ ଇଣ୍ଡିଆର ଫଟୋ ଛାଡ଼ି ବିସିସିଆଇ ଓ ଭାରତ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ଟିମ୍ ଇଣ୍ଡିଆ କ୍ରିକେଟ୍ ଖେଳୁ ନଥିଲା। ଯଦି ଏଭଳି କାର୍ଯ୍ୟ ଟିମ୍ ଇଣ୍ଡିଆ ବନ୍ଦ ନ କରେ, ତା’ହେଲେ ଆମେ ମଧ୍ୟ ଏହାର ଜବାବ ଦେବୁ।
ଆମ ଟିମ୍ ମଧ୍ୟ ଏବେ ପ୍ରତି ମ୍ୟାଚ୍ରେ ହାତରେ କଳାପଟି ବାନ୍ଧି ମ୍ୟାଚ୍ ଖେଳିବ। ଭାରତ ସରକାର କଶ୍ମୀରରେ ଯେଉଁ ଅତ୍ୟାଚାର କରୁଛନ୍ତି, ତା’ ବିରୋଧରେ ପାକ୍ ଖେଳାଳି ମାନେ କଳା ପଟି ବାନ୍ଧିବାକୁ ବାଧ୍ୟ ହେବେ। ତେଣୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏସମ୍ପର୍କରେ ଆଇସିସିକୁ ଅବଗତ କରାଉ।”
from Odisha Reporter https://ift.tt/2ERIXuG
No comments:
Post a Comment