୧୯ରେ ଜିଏସଟି କାଉନସିଲ ବୈଠକ, ଘର କିଣିବା ନିୟମରେ ହୋଇପାରେ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

୧୯ରେ ଜିଏସଟି କାଉନସିଲ ବୈଠକ, ଘର କିଣିବା ନିୟମରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ୧୯ ମାର୍ଚ୍ଚରେ ଚଳିତ ସରକାରର ଅନ୍ତିମ ଜିଏସଟି ପରିଷଦ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ନିର୍ମାଣାଧୀନ ଘର  ସମ୍ବନ୍ଧିତ ଗାଇଡଲାଇନରେ ପରିବର୍ତ୍ତନ ହେବାକୁ ଯାଉଥିବା ଜଣାପଡ଼ିଛି । ପରିବର୍ତ୍ତିତ ଗାଇଡ ଲାଇନରେ ସରକାର ଟିକସର ଲାଭ କିଭଳି ଉଭୟ ଗ୍ରାହକ ଏବଂ ଘର ନିର୍ମାଣକାରୀ ସଂସ୍ଥା ପାଇବେ ତାହା ନିଶ୍ଚିତ କରାଯିବ। ସୂଚନା ଅନୁଯାୟୀ ସରକାର ନିର୍ମାଣାଧୀନ ଘର ଉପରେ ଜିଏସଟି ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦେବେ। ଏହି ନୂଆ ଟିକସ ହାର ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଜଣାପଡ଼ିଛି।

 

ରିଅଲ ଇଷ୍ଟେଟ ଉପରେ ସମୀକ୍ଷା କରୁଥିବା ଏକ ମନ୍ତ୍ରୀ ସ୍ତରୀୟ କମିଟି ପ୍ରଥମେ ଆଶଙ୍କା କରିଥିଲେ ଯେ ଟିକସ କମାଇ ଦିଆଗଲେ ବିଲଡର ଏହାର ଫାଇଦା ଗ୍ରାହକଙ୍କୁ ଦେଇ ନପାରନ୍ତି । ତେଣୁ ଜିଏସଟି ପରିଷଦ ବିଲଡରଙ୍କ ପାଇଁ ନୂଆ ଗାଇଡ଼ ଲାଇନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଯେଉଁଥିରେ ବିଲଡର କିଭଳି ଫ୍ଲାଟର ଦାମ ମନମୁତାବକ ବଢାଇ ପାରିବ ନାହିଁ, ତାହା ନିଶ୍ଚିତ କରାଯାଇଛି। ତେଣୁ ୧୯ ମାର୍ଚ୍ଚରେ ବସିବାକୁ ଯାଉଥିବା ବୈଠକରେ ସବୁ ରାଜ୍ୟର ରାଜସ୍ବ ବିଭାଗ ସହିତ ମିଶି ଜିଏସଟି ଦର କମାଇବା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

 

୧୭ତମ ସାଧାରଣ ନିର୍ବାଚନ ପାଇଁ ଦେଶରେ ଆଚରଣ ବିଧି ଲାଗୁ ହୋଇଯାଇଛି। ତେଣୁ ଜିଏସଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ପାଖରୁ ଅନୁମତି ଆଣିବେ।



from Odisha Reporter https://ift.tt/2TSeqq8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages