ଜାତୀୟ ଦଳର ମାନ୍ୟତା ପାଇଲା ମମତାଙ୍କ ଟିଏମସି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଜାତୀୟ ଦଳର ମାନ୍ୟତା ପାଇଲା ମମତାଙ୍କ ଟିଏମସି ଦଳ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗରେ ନିୟମ ପରିବର୍ତ୍ତନ ହେବା ପରେ ଚଳିତ ସାଧାରଣ ନିର୍ବାଚନରେ ଟିଏମସିକୁ ଜାତୀୟ ଦଳର ମାନ୍ୟତା ମିଳିଛି। ଟିଏମସିକୁ ମିଶାଇ ମୋଟ ୭ଟି ଦଳ ଚଳିତ ନିର୍ବାଚନରେ ଭାଗ ନେବେ। ଯଦି ନିର୍ବାଚନ ଆୟୋଗ ନିୟମରେ ପରିବର୍ତ୍ତନ କରିନଥାନ୍ତେ ତାହେଲେ ବହୁଜନ ସମାଜ ପାର୍ଟି ସମେତ ୩ଟି ଦଳ ରାଷ୍ଟ୍ରୀୟ ଦଳର ମାନ୍ୟତା ହରାଇଥାନ୍ତେ ବୋଲି ଜଣା  ପଡ଼ିଛି। 
 
ଚଳିତଥର ପଶ୍ଚିମବଙ୍ଗରେ ସରକାରରେ ଥିବା ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି)କୁ ଜାତୀୟ ଦଳର ମାନ୍ୟତା ମିଳିଛି। ପଶ୍ଚିମବଙ୍ଗ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିବାରୁ ଜାତୀୟ ଦଳର ମାନ୍ୟତା ମିଳିଛି। ପଶ୍ଚିମବଙ୍ଗ, ମଣିପୁର, ତ୍ରିପୁରା, ଅରୁଣାଚଳ ପ୍ରଦେଶରେ ହୋଇଥିବା ନିର୍ବାଚନରେ ଟିଏମସି ପ୍ରାର୍ଥୀ ଦେଇଥିଲା।
 
ଜାତୀୟ ଦଳ ତାଲିକାରେ ଭାରତୀୟ ଜନତା ପାର୍ଟି, ଜାତୀୟ କଂଗ୍ରେସ, ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି) ଏବଂ ତୃଣମୁଳ କଂଗ୍ରେସ ରହିଛି। ନିର୍ବାଚନ ପ୍ରଚାର ବେଳେ ଜାତୀୟ ଦଳ ୪୦ ଜଣ ତାରକା ପ୍ରଚାରକ  ରଖିପାରିବେ କିନ୍ତୁ ରାଜ୍ୟ ସ୍ତରୀୟ ବା ଆଞ୍ଚଳିକ ଦଳ ଗୁଡ଼ିକ ସର୍ବାଧିକ ୨୦ ଜଣ ତାରକା ପ୍ରଚାରକ ରଖିପାରିବେ ।


from Odisha Reporter https://ift.tt/2TEsbZ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages