୩୩ % ମହିଳା ଆରକ୍ଷଣ ନିୟମ ବିଧାନସଭା ପାଇଁ କାହିଁକି ନୁହେଁ :ସମ୍ବିତ ପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

୩୩ % ମହିଳା ଆରକ୍ଷଣ ନିୟମ ବିଧାନସଭା ପାଇଁ କାହିଁକି ନୁହେଁ :ସମ୍ବିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବା ଘୋଷଣା କରି ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ବିଧାନସଭାରେ ଏହି ବିଲ୍ ଆଣିଥିଲେ ବି ତାହା ପାରିତ ହୋଇପାରିଲା ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟମନ୍ତ୍ରୀ କେବଳ ସଂସଦ ପାଇଁ ମହିଳାଙ୍କୁ ୩୩ ପ୍ରତିଶତ ସିଟ୍ ଆରକ୍ଷଣ ଦେଉଛନ୍ତି କିନ୍ତୁ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଏହି ନିୟମକୁ ଲାଗୁ କରୁନାହାନ୍ତି କାହିଁକି ବୋଲି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ, ଶାସକ ବିଜେଡି ଦୀର୍ଘ ବର୍ଷ ଧରି ଶାସନ କାଳରେ ନାରୀ ସମାଜ ଉପରେ ନିର୍ଯାତନା ଓ ଅତ୍ୟାଚାର ବୃଦ୍ଧି ପାଇଛି। ଏହାକୁ ଘୋଡ଼ାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ପୁଣିଥରେ ମହିଳା ଆରକ୍ଷଣ ନାଁରେ ଭୂଆଁ ବୁଲାଇବାର ଅପଚେଷ୍ଟା କରୁଛନ୍ତି। ଅନ୍ୟପଟେ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜଣେ ପୁରୁଷ। ଏଥିରୁ ସ୍ପଷ୍ଟ ଜଣାପଡୁଛି, ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ କେତେ ପ୍ରାଧାନ୍ୟ ଦିଅନ୍ତି।

ବିଧାନସଭାରେ ଏକ ବଡ଼ ବହୁମତ ଥାଇ ମଧ୍ୟ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ବିଜେଡି ଲାଗୁ କରିପାରିଲା ନାହିଁ। ସେହିପରି ସଂସଦ ଭିତରେ ବିଜେଡିର ୨୦ ଜଣ ସାଂସଦ ଥାଇ ମଧ୍ୟ ଦିନଟିଏ ବି ଏହି ପ୍ରସଙ୍ଗକୁ ଉଠାଇ ନାହାନ୍ତି। ବିଜେପି ପୂର୍ବରୁ ୩୩ ପ୍ରତିଶତ ମହିଳା ଆରକ୍ଷଣକୁ ସ୍ୱାଗତ କରିଛି। ବିଜେପି ସବୁସମୟରେ ନାରୀଶକ୍ତି ସହ ରହିଛି। ନୂତନ ଭାରତ ଏବଂ ନୂତନ ଓଡ଼ିଶା ଗଠନ ଦିଗରେ ବିଜେପି କାମ କରୁଛି। ନବୀନ ବାବୁ ପଛରେ ପଡ଼ି ଯାଇଥିବାରୁ ଏପରି ଏକ ଘୋଷଣା କରି ଭେଳିକି ଦେଖାଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।



from Odisha Reporter https://ift.tt/2J1RXCx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages